ନବବିବାହିତ ଦମ୍ପତିଙ୍କୁ ମିଳେ 4.20 ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ଜନ୍ମହାର ବୃଦ୍ଧି ପାଇଁ ସରକାରଙ୍କ ନୂଆ ଘୋଷଣା
Khabar Odisha:There-is-also-a-country-where-if-you-marry-you-will-get-420-lakh-rupees-from-the-government
ଜାପାନ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା):

ଏମିତି ଏକ ଦେଶ ଅଛି ଯେଉଁଠାରେ ବିବାହ କଲେ, ସରକାରଙ୍କ ଠାରୁ 4.20 ଲକ୍ଷ ଟଙ୍କାର ସହାୟତା ରାଶି ମିଳେ । ଏହି ଟଙ୍କା ନୂତନ ବିବାହିତ ଜୀବନକୁ ଭଲ ଭାବରେ ଆରମ୍ଭ କରିବାରେ ସହଯୋଗ କରିବ ବୋଲି ସରକାରୀ ଘୋଷଣା ହୋଇଛି । ଏହି ଦେଶର ସରକାର ଘୋଷଣା କରିଛନ୍ତି ଯେ ବିବାହ ପାଇଁ ଏହି ଯୋଜନାରେ ନାମ ପଞ୍ଜୀକରଣ କରି ଯୋଗ୍ୟତା ଅନୁଯାୟୀ ଟଙ୍କା ନେଇପାରିବେ ନବବିବାହିତ ।

ଏହି ଦେଶର ନାମ ହେଉଛି ଜାପାନ । ଯେଉଁମାନେ ଅଭାବ ହେତୁ ବିବାହ କରିବାକୁ ଅସମର୍ଥ ସେମାନଙ୍କୁ ଏଠାରେ ସରକାର ଟଙ୍କା ଦେବେ। କାରଣ ଜନ୍ମ ହାର ଏହି ଜାପାନରେ ଚିନ୍ତାର ବିଷୟ  । ଏଠାରେ ନବ ବିବାହିତାଙ୍କୁ ଜୀବନ ଆରମ୍ଭ କରିବା ପାଇଁ ପ୍ରାୟ 4.2 ଲକ୍ଷ ଟଙ୍କା ଦିଆଯିବ । ଏଥିପାଇଁ ସେମାନଙ୍କୁ ଜାପାନର ନବ ବିବାହିତ ସହାୟତା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡିବ । ଏହି ସହାୟତା ଯୋଜନା ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେବ |

ବାସ୍ତବରେ, ଯଦି ଲୋକମାନେ ବିଳମ୍ବରେ ବିବାହ କରନ୍ତି କିମ୍ବା ଅବିବାହିତ ରହନ୍ତି, ତେବେ ଏହା ଦେଶର ଜନ୍ମ ହାର ଉପରେ ପ୍ରଭାବ ପକାଇଥାଏ ସେହିର ସମସ୍ୟାର ସମାଧାନ ପାଇଁ ସରକାର ଏହି ଯୋଜନା ଆଣିଛନ୍ତି। ଜାପାନ ସରକାରଙ୍କ କ୍ୟାବିନେଟ କାର୍ଯ୍ୟାଳୟରେ ଥିବା ସୂତ୍ର ଅନୁଯାୟୀ ଦେଶରେ ବିବାହ ସଂଖ୍ୟା ବୃଦ୍ଧି ପାଇଁ ସରକାର ଏହି ଯୋଜନା ଚଳାଇବେ। ଅଧିକରୁ ଅଧିକ ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ବିବାହର ପଞ୍ଜୀକୃତ ତାରିଖ ପରି ସ୍ୱାମୀ-ସ୍ତ୍ରୀଙ୍କ ବୟସ 40 ବର୍ଷରୁ କମ୍ ହେବା ଉଚିତ୍ । ମୋଟ ଆୟ 38 ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ ହୋଇଥିଲେ ସହାୟତା କାର୍ଯ୍ୟକ୍ରମ ପାଇଁ ସେମାନେ ଯୋଗ୍ୟ ହେବେ। 35 ବର୍ଷ ବୟସ୍କଙ୍କ ପାଇଁ ନିୟମ ସାମାନ୍ୟ ଭିନ୍ନ । ଯଦି ସେମାନଙ୍କର ଆୟ 33 ଲକ୍ଷ ଟଙ୍କା, ତେବେ ସେମାନଙ୍କୁ ପ୍ରାୟ 2.1 ଲକ୍ଷ ଟଙ୍କା ଦିଆଯିବ ।

କମ୍ ଜନ୍ମ ହାରକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ସରକାରଙ୍କ ଉଦ୍ୟମର ଏକ ଅଂଶ। ଜଣେ ବିବାହିତ ଦମ୍ପତିଙ୍କର ଦୁଇଟି ସନ୍ତାନ ରହିବା ଆବଶ୍ୟକ । ତେବେ ଗତ ବର୍ଷ ଜଣେ ମହିଳା ତାଙ୍କ ଜୀବନରେ ହାରାହାରି ପିଲାଙ୍କ ସଂଖ୍ୟା ଥିଲା 1.36 ରହିଥିଲା ।  2019ରେ ସର୍ବନିମ୍ନ 8,65,000 ପିଲା ଜନ୍ମ ହୋଇଥିଲେ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ୍ ଆଣ୍ଡ ସୋସାଇଟି ସିକ୍ୟୁରିଟି ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, 2015 ରେ 29.1 ପ୍ରତିଶତ ପୁରୁଷ ଏବଂ 25 ରୁ 34 ବର୍ଷ ବୟସର 17.8 ପ୍ରତିଶତ ମହିଳା ଅର୍ଥ ଅଭାବରୁ ବିବାହ କରିପାରିନାହାନ୍ତି ।

  • Tags:

Subscribe

National International State Sports Entertainment