ଟୋକିଓ ଅଲିମ୍ପିକ୍ସ: ଆଜି ସୁଟର ଓ ହକି ଟିମ୍ ଉପରେ ରହିବ ଭାରତୀୟ ଖେଳାଳିଙ୍କ ନଜର
Khabar Odisha:Spoprts-Tokyo-Olympics-update-and-streaming-July-27-India-matches

ନୂଆଦିଲ୍ଲୀ, ଜୁଲାଇ ୨୭ (ଖବର ଓଡ଼ିଶା): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ସୋମବାର ଭଲ ଦିନ ନଥିଲା । ପଂଚମ ଦିନରେ ମଙ୍ଗଳବାର ଭାରତୀୟ ଦଳର ପଦକ ଆଶା ସୁଟିଂ ଉପରେ ରହିବ । ଭାରର ପଦକ ଆଶା ଏବେ ମିଶ୍ରିତ ଟିମ ଖେଳ ଉପରେ ରହିଛି । ଏଥିରେ ମନୁ ଭାସ୍କର/ସୌରଭ ଚୌଧୁରୀ ଏବଂ ଯଶସ୍ୱିନୀ ଦେସୱାଲ/ଅଭିଷେକ ଅଂଜୁମ/ଦୀପକ କୁମାରଙ୍କ ଯୋଡ଼ି ଅଂଶଗ୍ରହଣ କରିବେ । ଭାରତୀୟ ପୁରୁଷ ହକି ଟିମ ପୁଲ-ଏରେ ସ୍ପେନ ସହିତ ଲଢ଼େଇ କରିବ । ଏଥି ସହିତ ଟେବୁଲ ଟେନିସରେ ଶରତ କମଲ ୩ୟ ରାଉଣ୍ଡରେ ନିଜର ମୁକାବିଲା କରିବାକୁ ଓହ୍ଲାଇବେ । 

ଭାରତ ଆଜି ସୁଟିଂ, ନୌକାଯାନ, ହକିଂ, ବ୍ୟାଡମିଣ୍ଟନ, ବକ୍ସିଂ, ଟେବୁଲ ଟେନିସରେ ଅଂଶଗ୍ରହଣ କରିବ । ଭାରତୀୟ ପୁରୁଷ ଟିମ ନିଜର ଗ୍ରୁପ-ଏ’ର ଆଗାମୀ ମ୍ୟାଚ ସ୍ପେନ ସହିତ ମୁକାବିଲା କରୁଛି । ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ର ପରାସ୍ତ କରିଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା । 

 

  • Tags:

Subscribe

National International State Sports Entertainment