ଇସଲାମାବାଦ୍: ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଦଳର ବିକ୍ଷୋଭ ସମୟରେ ଅରାଜକତା ସୃଷ୍ଟି କରିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଶୁକ୍ରବାର ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକଭିଙ୍କ ନେତୃତ୍ୱରେ ଏକ ଟାସ୍କଫୋର୍ସ ଗଠନ କରିବାକୁ ଘୋଷଣା କରିଛନ୍ତି।
ଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିଥିବା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ନିଜ ନେତାଙ୍କୁ ମୁକ୍ତ କରିବା ଦାବିରେ ଇସଲାମାବାଦ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବାର କିଛି ଦିନ ପରେ ସେହବାଜ ସରିଫ୍ ଏହି ଘୋଷଣା କରିଛନ୍ତି।
ନକଭିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଆଇନ ଓ ନ୍ୟାୟ ମନ୍ତ୍ରୀ ଆଜମ ନଜିର ତରାର, ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ଆହାଦ ଖାନ୍ ଚିମା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲା ତାରାର ଏବଂ ସୁରକ୍ଷା ବାହିନୀର ପ୍ରତିନିଧି ମାନେ ରହିବେ। ସରିଫ କହିଛନ୍ତି ଯେ ଗତ ରବିବାର ଟାସ୍କ ଫୋର୍ସ ବିଶୃଙ୍ଖଳା ସୃଷ୍ଟି କରିବାରେ ସମ୍ପୃକ୍ତ ସଶସ୍ତ୍ର ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବ ଏବଂ ଦଣ୍ଡିତ କରିବାକୁ ସୁପାରିସ କରିବ।
ସେ କହିଛନ୍ତି ଯେ ପ୍ରସ୍ତାବିତ ସଂଘୀୟ ଦଙ୍ଗା ବାହିନୀଅନ୍ତର୍ଜାତୀୟ ମାନର ବୃତ୍ତିଗତ ଦକ୍ଷତା ଏବଂ ଉପକରଣରେ ସଜ୍ଜିତ ହେବ। ଏଭଳି ଘଟଣାର ତଦନ୍ତ ଏବଂ ପ୍ରମାଣ ସଂଗ୍ରହ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଫରେନସିକ୍ ଲ୍ୟାବ୍ ପ୍ରତିଷ୍ଠା କୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।
ଇମ୍ରାନଙ୍କ ଦଳ ବିଷୟରେ ସେ କହିଛନ୍ତି, ଏହା କୌଣସି ରାଜନୈତିକ ଦଳ ନୁହେଁ ବରଂ ଏକ ଫିଟନା (ଦଙ୍ଗା) ଏବଂ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ। ବିକ୍ଷୋଭ ସମୟରେ ପିଟିଆଇ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିବା ସହ ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ବୋଲି ଚେତାବନୀ ଦେଇଛନ୍ତି। ପିଟିଆଇକୁ ପାକିସ୍ତାନକୁ ଧ୍ୱଂସ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଅର୍ଥନୈତିକ କ୍ଷୟକ୍ଷତି ସମ୍ପର୍କରେ ଶେହବାଜ କହିଛନ୍ତି ଯେ ବିକ୍ଷୋଭ ଓ ଧାରଣା ଯୋଗୁଁ ପାକିସ୍ତାନ ଦୈନିକ ୧୯୦ ବିଲିୟନ ଟଙ୍କା ହରାଉଛି।
ଅଧିକ ପଢ଼ନ୍ତୁ: ହିନ୍ଦୁ ସଙ୍ଗଠନର ପ୍ରତିବାଦରେ ଭୟଭୀତ ବାଂଲାଦେଶ!