ଭାରତ ମହାସାଗରରେ ଦେଖାଗଲା ଚୀନର୨ଟି ଯୁଦ୍ଧ ଜାହାଜ, ଫଟୋ ଉତ୍ତୋଳନ କଲା ଭାରତୀୟ ନୈାସେନା ସ୍ପାଏ ଜାହାଜ
Khabar Odisha:National-Odisha-spy-plane-of-indian-navy-tracked-chinese-warship-in-indian-ocean-and-clicked-pictures
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬(ଖବର ଓଡ଼ିଶା):

ଚୀନ ଭାରତ ମହାସାଗରରେ ନିଜ ଅସ୍ତିତ୍ୱ ଜାହିର କରିବାକୁ ବାରମ୍ବାର ଚେଷ୍ଟା କରୁଛି । ଏହିକ୍ରମରେ ଭାରତ ମହାସାଗରରେ ଚୀନର ଯୁଦ୍ଧବିମାନର ଗତିବିଧି ମଧ୍ୟ ବଢିବାରେ ଲାଗିଛି । ଭାରତୀୟ ନୈାସେନା ପକ୍ଷରୁ ଯାଂଚ ଫଳରେ ମହାସାଗରରେ ଚୀନର ଦୁଇଟି ଯୁଦ୍ଧଜାହାଜର ଉପସ୍ଥିତି ଜଣାପଡ଼ିଛି । ଏହି ଦୁଇଟି ଜାହାଜ ଭାରତୀୟ ଜଳଭାଗ ଆଡ଼କୁ ମାଡ଼ି ଆସୁଥିବା ଜଣାପଡ଼ିଛି । ଭାରତୀୟ ନୈାସେନାର ସ୍ପାଏ ଜାହାଜ ପି-୮ଆଇ ଦକ୍ଷିଣ ଭାରତ ମହାସାଗରରୁ ଚୀନର ଯୁଦ୍ଧଜାହାଜ ଶିୟାମ-୩୨କୁ ଟ୍ରାକ କରିବା ସହ  ଉପରୁ ଫଟୋ ମଧ୍ୟ ଉତ୍ତୋଳନ କରିଛି । 

ସେପ୍ଟମ୍ବର ପ୍ରଥମ ସପ୍ତାହରେ ଉଠାଯାଇଥିବା ଫଟୋ ଅନୁସାରେ, ଦକ୍ଷିଣ ଭାରତ ମହାସାଗରରେ ଦେଖାଦେଇଥିବା ଚୀନ ଯୁଦ୍ଧ ଜାହାଜ ସେହିସମୟରେ ଭାରତ ପାଖ ଦେଇ ଶ୍ରୀଲଙ୍କା ଜଳକ୍ଷେତ୍ର ଆଡ଼େ ଚାଲିଯାଇଥିଲା । ପି୮ଆଇ ଅନ୍ୟ ଏକ ଜାହାଜ ମଧ୍ୟ ଟ୍ରାକ କରିଛି ଯାହା ଏଣ୍ଟି ପାଇରେସି ଟାକ୍ସଫୋର୍ସର ଏକ ଭାଗ । ଏହା ଚୀନର ବାଣିଜ୍ୟିକ ଜାହାଜକୁ ସୁରକ୍ଷା ପ୍ରଦାନ କରିଥାଏ । ଯେତେବେଳେ ଭାରତ ମହାସାଗର ଦେଇ ଏହି ଜାହାଜ ଗତି କରୁଥିଲା ଫଟୋଟି ଉଠାଯାଇଥିଲା । 

ଭାରତ ମହାସାଗରରେ ବୃଦ୍ଧି ପାଉଥିବା ଚୀନର ସୈନ୍ୟଙ୍କ ଗତିିବିଧିରେ ଲଗାମ ଲଗାଇବା ପାଇଁ ଭାରତ ଆମେରିକା ସହ ପି-୮ଆଇ ସମୁଦ୍ର ସର୍ବେକ୍ଷଣ ବିମାନ କ୍ରୟ କରିବା ଯୋଜନା ଉପରେ କାମ କରୁଛି । ଏହାଫଳରେ ସମୁଦ୍ର କ୍ଷେତ୍ରରେ ଚାଲିଥିବା ଗତିବିଧି ଉପରେ ନଜର ରଖିବାରେ ଭାରତର ଶକ୍ତି ବୃଦ୍ଧି ହୋଇପାରିବ । ଭାରତୀୟ ନୈାସେନା ପ୍ରଥମେ ୧୨ଟି ବୋଇଙ୍ଗ ପି୮ ସମୁଦ୍ର ଗତି ଜାହାଜ ଅପରେଟ କରୁଛି । କିନ୍ତୁ ସମୁଦ୍ର କ୍ଷେତ୍ରରେ ବଢୁଥିବା ଆତଙ୍କୀ ଆକ୍ରମଣର ମୁକାବିଲା କରିବା ପାଇଁ ଆହୁରି ଅଧିକ ଜାହାଜର ଆବଶ୍ୟକତା ରହିଛି । ନୂଆ ୧୦ଟି ପି୮ ବିମାନ ସାମିଲ ହେବା ପରେ ଭାରତ ପାଖରେ ମୋଟ ୨୨ଟି ପି୮ଆଇ  ବିମାନ ହେବ । ପୂର୍ବରୁ ୨୦୦୯ ମସିହାରେ ୨.୧ ଡଲାର ବିଲିୟନ ଦେଇ କ୍ରୟ କରିବା ପାଇଁ ଅର୍ଡର କରିଥିଲା ବେଳେ ୨୦୧୬ରେ ଆଉ ୪ଟି ଅତିରିକ୍ତ ବିମାନ ପାଇଁ ଅର୍ଡର ଦେଇଥିଲା ।

  • Tags:

Subscribe

National International State Sports Entertainment