ଇସଲାମାବାଦ, ମେ ୦୯ (ଖବର ଓଡ଼ିଶା): ପାକିସ୍ତାନର ପିଟିଆଇ ପାର୍ଟିର ସାଂସଦ ଓ ପ୍ରସିଦ୍ଧ ଟିଭି ଆଙ୍କର ଆମିର ଲିୟାକତଙ୍କ ତୃତୀୟ ପତ୍ନୀ ସୟଦା ଦାନିଆ ଶାହ ତାଙ୍କୁ ତଲାକ ମାଗିଛନ୍ତି । ସେ ଖୁଲା (ତଲାକ ମହିଳାଙ୍କ ଅଧିକାର) ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଆମିର ଯେମିତି ଟିଭିରେ ଦେଖାଯାଆନ୍ତି, ପ୍ରକୃତରେ ସେମିତି ନୁହଁନ୍ତି । ସେ ସଇତାନ ଠାରୁ ମଧ୍ୟ ଭୟଙ୍କର ।
ନିଜ ସ୍ୱାମୀଙ୍କ ସହିତ ନିଜର ସଂପର୍କ ସଂପର୍କରେ ଦାନିୟା ଅର୍ଜିରେ କହିଛନ୍ତି ଯେ, ଆମିରଙ୍କ ସହିତ ତାଙ୍କର ବିବାହ ୪ ମାସ ବିତିଛି । ଏହି ୪ ମାସରେ ମୋତେ ପୀଡା ବ୍ୟତୀତ ଅନ୍ୟ କିଛି ଜିନିଷ ମିଳିପାରି ନାହିଁ । ଦାନିୟା ଅଭିଯୋଗ ଆଣିଛନ୍ତି ଯେ ପିଟିଆଇ ସାଂସଦ ତାଙ୍କୁ ଏକ ଛୋଟ କୋଠରୀରେ ରଖୁଥିଲେ । ଏହା ବ୍ୟତୀତ ସେ କହିଛନ୍ତି ନିଶାଶକ୍ତ ଅବସ୍ଥାରେ ମୋତେ ମାଡ଼ମାରୁଥିଲେ । ଆମିର ମୋତେ ଓ ମୋର ପରିବାରକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ।
ତଲାକ ବ୍ୟତୀତ ଦାନିୟା ପରିବାର ଅଦାଲତରେ ଆହୁରି ମାମଲା ରୁଜୁ କରାଇଛନ୍ତି । ନିଜର ଆବେଦନରେ ସେ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ଯେ, ସେ ନିଜର ସ୍ୱାମୀଙ୍କୁ ୧୧୫ ମିଲିୟନ ପାକିସ୍ତାନୀ ଟଙ୍କା, ଘର ଓ ଅଳଙ୍କାର ଦେବାକୁ ଆଦେଶ ଦିଅନ୍ତୁ । ଦାନିୟାଙ୍କ ଅର୍ଜି ଉପରେ ଅଦାଲତ ଆସନ୍ତା ଜୁନ ୭ରେ ଶୁଣାଣି କରିବେ । ସୂଚନାଯୋଗ୍ୟ, ଆମୀର ଶାହ ଲିୟାକତ ଓ ସୟଦା ଦାନିୟାଙ୍କ ମଧ୍ୟରେ ଚଳିତ ବର୍ଷ ଫେବ୍ରୁଆରୀରେ ବିବାହ ହୋଇଥିଲା । ୪୯ ବର୍ଷୀୟ ଆମୀର ୧୮ ବର୍ଷୀୟ ଦାନିୟାଙ୍କୁ ବିବାହ ନେଇ ଚାରିଆଡେ ଜୋରଦାର ଚର୍ଚ୍ଚା ହୋଇଥିଲା ।