ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ରୋହୀରେ ୯ମ ମହରମ ଶୋଭାଯାତ୍ରା ସମୟରେ ଦୁର୍ଘଟଣା ଘଟିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଶୋଭାଯାତ୍ରା ସମୟରେ ଦୁର୍ଘଟଣା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅଘଟଣର ସାମ୍ନା କରିଥିବା ଅନ୍ୟ ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକମାନଙ୍କର ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୋହରୀରେ ସଂକରୀ ଗଳି ଅଛି । ଏଠାରେ ପାଗ ଖରାପ ଯୋଗୁଁ ପରିସ୍ଥିତି ଆହୁରି ଅଧିକ ବିଗିଡିଛି । କୁହାଯାଉଛି ଯେ, ସେନାର ୩ କଂପାନୀ, ୧୪୦୦ ପୁଲିସ ଅଧିକାରୀ, ୨୫୦ ରେଞ୍ଜର, ୱାକ ଥ୍ରୁ ଗେଟ୍ସ ଓ ସ୍ନାପ ଚେକିଂ ସହିତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଶୋଭାଯାତ୍ରା ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲାଗିଥିଲା । ମହରମ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଅଧିକାଂଶ ଅଂଚଳରେ ସେଲୁଲାର ସେବା ନିଲମ୍ବିତ କରିଦିଆଯାଇଥିଲା । ସମ୍ବେଦନଶୀଳ ଅଂଚଳରେ ଇଣ୍ଟରନେଟ ସେବା ସ୍ଥଗିତ କରି ଦିଆଯାଇଥିଲା । କିନ୍ତୁ ଏସବୁ ପରେ ବି ଦୁର୍ଘଟଣା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି ।