ନୂଆଦିଲ୍ଲୀ, ଜୁନ୍ ୧୬ (ଖବର ଓଡ଼ିଶା): ବିଶିଷ୍ଟ ଉର୍ଦ୍ଦୁ ସାହିତ୍ୟିକ ଗୋପୀଚାନ୍ଦ ନାରଙ୍ଗଙ୍କ ପରଲୋକ ହୋଇଯାଇଛି । ୯୧ ବର୍ଷୀୟ ନାରଙ୍ଗ ଆମେରିକାରେ ଅନ୍ତିମ ଶ୍ୱାସକ୍ରିୟା କରିଛନ୍ତି । ସ୍ୱର୍ଗତ ନନାଙ୍ଗ ୧୯୩୧ରେ ବେଲୁଚିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ୫୭ ପୁସ୍ତକର ରଚୟିତା ଗୋପୀଚାନ୍ଦଙ୍କୁ ପଦ୍ମ ଭୂଷଣ ଓ ସାହିତ୍ୟ ଏକାଡେମି ପୁରସ୍କାରରରେ ସମ୍ମାନିତ କରାଯାଇଥିଲା । ତାଙ୍କର କିଛି ପ୍ରମୁଖ ରଚନା ମଧ୍ୟରେ ଉର୍ଦ୍ଦୁ ଅଫସାନା ରୱାୟାତ ଓ ମସାୟଲ, ଇବାଲ କା ଫନ, ଅମୀର ଖୁସରୋର ହିନ୍ଦୀ କଲାମ, ଜଦୀଦିୟତ ଆଦି ସାମିଲ ।
ନାରଙ୍ଗଙ୍କ ହିନ୍ଦୀ, ଉର୍ଦ୍ଦୁ, ବଲେଶଚୀ ସହିତ ଭାରତୀୟ ଉପମହାଦୀପର ୬ ଭାଷାରେ ଦଖଲ ଥିଲା । ଗୋପୀଚାନ୍ଦ ନାରଙ୍ଗ ଉର୍ଦ୍ଦୁ ବ୍ୟତୀତ ହିନ୍ଦୀ ଓ ଇଂରାଜୀରେ ମଧ୍ୟ ପୁସ୍ତକ ଲେଖିଥିଲେ । ସେ ଦିିଲ୍ଳୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରେ ସ୍ନାତକ ପଢ଼ିଥିଲେ । ଏହା ପରେ ଏଠାରେ ସେ ଶିକ୍ଷକ ମଧ୍ୟ ଥିଲେ । ସେ ପାକିସ୍ତାନରେ ମଧ୍ୟ ବଡ଼ ସମ୍ମାନରେ ସମ୍ମାନିତ ହୋଇଥିଲେ ।