କୋଭିଡ-୧୯ କବଳରେ ବିଶ୍ୱ: କୋଟିଏ ୮୪ ଲକ୍ଷ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୬.୯୬ ଲକ୍ଷ
Khabar Odisha:International-Corona-virus-death-toll-reaches-696-lakh-184-crore-people-detected-in-world-wide

 ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିକଶିତ ଦେଶଗୁଡ଼ିକ ବହୁ ଉଦ୍ୟମ କରୁଥିଲେ ବି ଏହା ନିୟନ୍ତ୍ରଣକୁ ଆସିପାରି ନାହିଁ । ମାରାତ୍ମକ କରୋନା ଭାଇରସ ସଂକ୍ରମଣରେ ମଙ୍ଗଳବାର ସକାଳ ସାଢ଼େ ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ୬ ଲକ୍ଷ ୯୬ ହଜାର ୮୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି । କୋଟିଏ ୮୪ ଲକ୍ଷ ୩୪ ହଜାର ୮୮୩ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି କୋଟିଏ ୧୬ ଲକ୍ଷ ୬୫ ହଜାର ୬୬୬ ଜଣ । କିନ୍ତୁ ଏବେବି ୬୦ ଲକ୍ଷ ୭୨ ହଜାର ୪୦୦ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୬୪ ହଜାର ୭୩୨ ଜଣ ଗୁରୁତର ଅଛନ୍ତି । 

କରୋନା ଭାଇରସ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ବ୍ୟାପିବାରେ ଲାଗିଛି । ଏଠାରେ ୪୮ ଲକ୍ଷ ୬୨ ହଜାର ୧୭୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୫୮ ହଜାର ୯୨୯ଜଣଙ୍କର ପ୍ରାଣହାନୀ ଘଟିଛି । ଅନ୍ୟପକ୍ଷରେ ୨୪ ଲକ୍ଷ ୪୬ ହଜାର ୭୨୮ ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଲକ୍ଷ ୫୬ ହଜାର ୬୪୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କରୋନା ଭାଇରସ ଲାଗି ଯୁକ୍ତରାଷ୍ଟ୍ର ଆମେରିକାରେ ୧୮ ହଜାର ୭୨୫ ଜଣ ଗୁରୁତର ଅଛନ୍ତି । ବ୍ରାଜିଲ, ଋଷିଆ, ସ୍ପେନ ଓ ବ୍ରିଟେନ ଭଳି ବିକଶିତ ଦେଶଗୁଡ଼ିକ କରୋନା ମୁକାବିଲା କରିବାରେ ସଫଳ ହୋଇପାରି ନାହାନ୍ତି ।  

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨୭ ଲକ୍ଷ ୫୧ ହଜାର ୬୬୫ ସଂକ୍ରମିତ, ୯୪ ହଜାର ୭୦୨ ମୃତ

ଋଷିଆ: ୮ ଲକ୍ଷ ୫୬ ହଜାର ୨୬୪ ଜଣ ସଂକ୍ରମିତ, ୧୪ ହଜାର ୨୦୭ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୧୬ ହଜାର ୮୬୨ ଜଣ ସଂକ୍ରମିତ, ୮ ହଜାର ୫୩୯ ମୃତ

ମେକ୍ସିକୋ: ୪ ଲକ୍ଷ ୩୯ ହଜାର ୪୬ ସଂକ୍ରମିତ, ୪୭ ହଜାର ୭୪୬ ଜଣ ମୃତ

ପେରୁ: ୪ ଲକ୍ଷ ୩୩ ହଜାର ୧୦୦ ଜଣ ସଂକ୍ରମିତ, ୧୯ ହଜାର ୮୧୧ ମୃତ

ଚିଲି: ୩ ଲକ୍ଷ ୬୧ ହଜାର ୪୯୩ ସଂକ୍ରମିତ, ୯ ହଜାର ୭୦୭ ଜଣ ମୃତ

ସ୍ପେନ: ୩ ଲକ୍ଷ ୪୪ ହଜାର ୧୩୪ ସଂକ୍ରମିତ, ୨୮ ହଜାର ୪୭୨ ମୃତ

କଲୋମ୍ବିଆ: ୩ ଲକ୍ଷ ୨୭ ହଜାର ୮୫୦ ସଂକ୍ରମିତ, ୧୧ ହଜାର ୧୭ ମୃତ 

ପାକିସ୍ତାନ: ୨ ଲକ୍ଷ ୮୦ ହଜାର ୨୯ ଜଣ ସଂକ୍ରମିତ, ୫ ହଜାର ୯୮୪ ମୃତ

 

  • Tags:

Subscribe

National International State Sports Entertainment