ଆମେରିକାର ବାଲଟିମୋରରେ ଏକ ଦୁର୍ଘଟଣା ଘଟି ଜାହାଜ ଧକ୍କାରେ ଏକ ପୋଲ ଭୁଶୁଡିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଜାହାଜଟି ପୋଲ ସହ ଧକ୍କା ହେବା ଫଳରେ ପୋଲରେ ଯାଉଥିବା ଯାନବାହାନ ନଦୀକୁ ଖସିପଡିଥିଲା ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଆହତ ଅଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଆମେରିକାର ବାଲଟିମୋରରେ ଥିବା ଗୋଟେ ପୋଲ ସହିତ ସିଙ୍ଗାପୁରର ଗୋଟେ ମାଲବାହୀ ଜାହାଜ ଧକ୍କା ହୋଇଥିଲା । ଉକ୍ତ ଜାହାଜରେ ପ୍ରାୟ ୨୨ ଜଣ ଭାରତୀୟ କରୁ ସଦସ୍ୟ ଥିଲେ । ଜାହଜଟି ଧକ୍କା ହେବାପରେ ପୋଲଟି ନଦୀକୁ ଖସିପଡିଥିଲା । ପୋଲ ଉପରେ ବହୁ ଯାନବାହାନ ଚଳାଚଳ ହେଉଥିବାରୁ ଏହି ଦୁର୍ଘଟଣା ପରେ ସମସ୍ତ ଯାନବାହାନ ନଦୀକୁ ଖସିପଡିଥିଲା। ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଅନେକ ଲୋକ ନିଖୋଜ ଥିବାରୁ ଜାହାଜର କ୍ୟାପଟେନ ତୁରନ୍ତ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ଦେବା ପରେ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ ମଧ୍ୟ ନିୟୋଜିତ ରହି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
ଅଧିକ ପଢନ୍ତୁ: ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ