ଫିଲିପାଇନ୍ସର ରାଜଧାନୀ ମନିଲା ଠାରେ ଏକ ଟ୍ରେନିଂ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ନୌସେନାର ଦୁଇ ଜଣ ପାଇଲଟ୍ ଟ୍ରେନିଂ ହେଲିକପ୍ଟରରେ ଥିବାବେଳେ ଏହି ଘଟଣା ଘଟିଥିଲା। ଫିଲିପାଇନ୍ସ ନୌସେନା ଟ୍ରେନିଂ ହେଲିକପ୍ଟର ଗୁରୁବାର ରାଜଧାନୀର ଦକ୍ଷିଣରେ ଥିବା ଏକ ସହରର ସର୍ବସାଧାରଣ ବଜାର ନିକଟରେ ଥିବା ଏକ ଘାସ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ସେନା ଏବଂ ପୋଲିସ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।
ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମନିଲାର ଦକ୍ଷିଣରେ ଥିବା କଭିଟେ ସହରରେ ରବିନ୍ସନ୍ ଆର-୨୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସାମରିକ ମୁଖପାତ୍ର କର୍ଣ୍ଣେଲ ଫ୍ରାନ୍ସେଲ ପାଦିଲା କହିଛନ୍ତି ଯେ ଦୁଇ ପାଇଲଟ ଜରୁରୀକାଳୀନ ପ୍ରକ୍ରିୟା ଅଭ୍ୟାସ କରୁଥିବା ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣେଲ କହିଛନ୍ତି ଉଭୟ ପାଇଲଟ ଗୁରୁତର ଆହତ ହୋଇଥିଲେ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅଧିକ ପଢନ୍ତୁ : ଭୟଙ୍କର ବୋଟ୍ ଦୁର୍ଘଟଣାରେ ଚାଲିଗଲା ନିରୀହ ଜୀବନ