ଆମେରିକାର ବାଲ୍ଟିମୋରରେ ପୋଲ ଭୁଶୁଡିବା ଘଟଣାରେ ଉଦ୍ଧାର ହୋଇଛି ଦୁଇ ଜଣଙ୍କ ମୃତ ଦେହ । ଆମେରିକାର ବାଲ୍ଟିମୋରରେ ପୋଲ ଭୁସୁଡ଼ିଯିବାରୁ ସେଠାରେ କାମ କରୁଥିବା ୬ ଜଣ ଶ୍ରମିକ ପାଣିରେ ବୁଡିଯାଇଥିଲେ ଶ୍ରମିକ ମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ,ବୁଧବାର ପ୍ରାୟ ୩୦୦ ମିଟର ଲମ୍ବ ବିଶିଷ୍ଟ ଏହି କାର୍ଗୋ ସିପ୍ ଶ୍ରୀଲଙ୍କା ରାଜଧାନୀ କଲମ୍ବୋକୁ ଯାଉଥିବା ସମୟରେ ଆମେରିକାର ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍କୁ ଧକ୍କା ଦେଇଥିଲା ।ଯାହାଫଳରେ ସେହି ପୋଲଟି ଭୁଶୁଡି ପଡିଥିଲା । ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ୍ ପରେ ଏଭଳି ଘଟଣା ଘଟିଥିଲା। ସେହି ସମୟରେ କିଛି ଶ୍ରମିକ ବ୍ରିଜର ମରାମତି କାମ କରୁଥିବା ୬ ଜଣ ଶ୍ରମିକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।