ବଲିଉଡର ଲୋକପ୍ରିୟ ସିଙ୍ଗର ତଥା ର୍ୟାପର ବାଦଶାହା ଟ୍ରାଫିକ୍ ନିୟମ ନ ମାନିବା ମହଙ୍ଗା ପଡିଛି । ରାସ୍ତାରେ ଯିବା ବେଳେ ରଙ୍ଗ୍- ରୁଟ୍ରେ ଗାଡି ଚଳାଇ ମୋଟାଅଙ୍କର ଜରିମାନା ଗଣିଛନ୍ତି ।
ସୂଚନାନୁଯାୟୀ ଗୁରୁଗାଁଓରେ ଏକ କନସେଟ୍ରେ ଯୋଗ ଦେବାକୁ ଯାଉଥିଲେ ସିଙ୍ଗର ବାଦଶାହା । ଏହି କନସେଟ ଏୟରିୟା ମଲରେ ରହିଥିଲା । ତେବେ କନ୍ସେଟକୁ ଯିବା ବେଳେ ସେ ରାସ୍ତାର ରଙ୍ଗ୍ ରୁଟରେ ଗାଡି ଚଲାଉଥିଲେ, ଯାହାଫଳରେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇ ମୋଟାଅଙ୍କର ଜରିମାନା ନେଇଛି । ରଙ୍ଗ-ରୁଟରେ ଗାଡି ଚଳାଇବା ଯୋଗୁଁ ବାଦାଶାହାଙ୍କ ଉପରେ ୧୫ ହଜାର ୫୦୦ ଟଙ୍କାର ଚାଲାଣ କାଟିଥିଲା ଟ୍ରାଫିକ୍ ପୋଲିସ ।
ବାଦଶାହାଙ୍କ ପୂର୍ବରୁ ଅନେକ ସେଲିବ୍ରେଟି ଟ୍ରାଫିକ୍ ନିୟମ ନ ମାନି ଜରିମାନା ଗଣିଛନ୍ତି । କିଛି ଦିନ ପୂର୍ବରୁ ଅଭିନେତା କାର୍ତ୍ତିକ ଆୟର୍ନ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଯିବା ବେଳେ ନୋ ପାର୍କିଙ୍ଗ ଜୋନ୍ରେ ଗାଡି ପାର୍କିଂ କରିବା ଦ୍ୱାରା ଜରିମାନା ଗଣିଥିଲେ । ସେହିପରି ବରୁଣ ଧୱନ ମଧ୍ୟ ଟ୍ରାଫିକ୍ ନିୟମ ଭାଙ୍ଗି ଫାଇନ୍ ଭରିଛନ୍ତି ।