ଚେନ୍ନାଇ : ଆଜି ସାଉଥ ସୁପର ଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ । ସେ ୭୪ ବର୍ଷରେ ପାଦ ରଖିଛନ୍ତି । ତାଙ୍କୁ ବୟସ ବଢୁଛି ସତ କିନ୍ତୁ ତାଙ୍କ ଡାଇଲଗର କ୍ରେଜ ଏବେବି ଜୀବିତ ଅଛି । ତାଙ୍କ ଫିଲ୍ମରେ ଅଭିନୟ କରିବା ଜୋସ, ତାଙ୍କ ଆକ୍ସସ ଏବେବି ଲୋକଙ୍କୁ ମତୁଆଲା କରୁଛି ।
ରଜନୀକାନ୍ତଙ୍କ ଫିଲ୍ମ ଏବେବି ହଲରେ ପଡିଲେ ସୁପରହିଟ୍ ହେଉଛି । ୫୦ ବର୍ଷ ପରେବି ତାଙ୍କ କ୍ରେଜ ଏବେବି ଦର୍ଶକଙ୍କୁ ଦିୱାନା କରୁଛି । ଆଜି ଚେନ୍ନାଇରେ ଜୋରଦାର ସେଲବ୍ରେସନର ଆୟୋଜନ କରାଯାଉଛି । ତାଙ୍କୁ ବଡ଼ ବଡ଼ ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ମହାରାଷ୍ଟ୍ରରେ, ମରାଠୀ ପରିବାରରେ ଜନ୍ମ ନେଇଥିଲେ ଶିବାଜୀ ରାଓ ଗାଏକ୍ୱାଡ୍। ବସ୍ କଣ୍ଡକ୍ଟର୍ ଥିବା ଶିବାଜୀ ଥିଏଟର୍ ଓ ପରେ ତାମିଲ୍ ଫିଲ୍ମରେ ଏଣ୍ଟ୍ରି କରିଥିଲେ।
୧୯୭୫ରେ ତାମିଲ ଫିଲ୍ମ ‘ଅପୂର୍ବ ରଙ୍ଗଲା’ରୁ ପାଦ ଥାପିବା ପରେ ତାଙ୍କ ନାଁ ଆଉ ପରିଚୟ ବଦଳି ଯାଇଥିଲା। ଶିବାଜୀ ରାଓରୁ ସେ ବନି ଯାଇଥିଲେ ରଜନୀକାନ୍ତ। ସେବେଠୁ ୫ ଦଶନ୍ଧି ଧରି ବ୍ୟାକ୍ ଟୁ ବ୍ୟାକ୍ ସୁପରହିଟ୍, ବ୍ଲକବଷ୍ଟର୍ ଦେବାରେ ରେକର୍ଡ କରିଛନ୍ତି ଥଲାଇଭା। ରଜନୀକାନ୍ତଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଭେଟେୟାନ'ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଆଉ ଏହାର ଗୀତ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା।
ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ କପୁର ପରିବାର