ମୁମ୍ୱାଇ: ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଆସନ୍ତା ଡିସେମ୍ବର ୧୪ ତାରିଖରେ ହେବାକୁ ଯାଉଛି । ସେହି ଅବସରରେ ପିଭିଆର ଆଇନକ୍ସ ଲିମିଟେଡ ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରୁଛି । ଆସନ୍ତା ୧୩ ତାରିଖରୁ ୧୫ ତାରିଖ ମଧ୍ୟରେ ୩୪ଟି ସହରର ୧୦୧ ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଯାଉଛି ଏହି ମହୋତ୍ସବ । ରାଜ କପୁରଙ୍କ ସିନେମା ଆଓ୍ବାରା, ଶ୍ରୀ, ସଙ୍ଗମ, ମେରା ନାମ ଜୋକର ପରି ଅନେକ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବ । ଆଜି ରାଜ କପୁରଙ୍କ ପରିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଫିଲ୍ମ ଫେଷ୍ଟିଭାଲକୁ ନିମନ୍ତ୍ରଣ କରିଥିଲେ। ରଣବୀର କପୁର, ଆଲିଆ ଭଟ୍ଟ, ନୀତୁ ସିଂ , ରିଦ୍ଧମା କପୁର, କରୀନା କପୁର ଖାନ , ସୈଫ ଅଲ୍ଲି ଖାନ୍ ପ୍ରମୂଖ ପିଏମ୍ ମୋଦୀଙ୍କୁ ଭେଟିଥିବା ସୂଚନା ମିଳିଥିଲା।
ଅଧିକ ପଢନ୍ତୁ : ମହଙ୍ଗା ବିଜୁଳି ବିଲ୍ ଦେଖି କାଜୋଲଙ୍କୁ ଆସିଲା ରାଗ; କହିଲେ ସୂର୍ଯ୍ୟାଲୋକର ଚାର୍ଜ ବି ମିଶେଇ ଦେଉଛ କି ବିଲ୍ରେ..