କଟକ: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ ଘଟିଛି । କଟକ ଲିଙ୍କ ରୋଡ ସ୍ଥିତ ସୂର୍ଯ୍ୟବିହାରରେ ସୋମବାର ସକାଳ ୮ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ୧୯୭୯ରେ ‘ଚିହ୍ନା ଅଚିହ୍ନା’ ଓ ୧୯୮୨ରେ ‘ଦେଖ ଖବର ରଖ ନଜର’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତାଙ୍କ ବିୟୋଗରେ ବହୁ କଳାଙ୍କାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।