ହାଇଦ୍ରାବାଦ: ପୁଷ୍ପା-୨ ପ୍ରିମିୟର ଶୋ ପରିପେକ୍ଷୀରେ ହାଇଦ୍ରାବାଦର ସନ୍ଧ୍ୟା ଥ୍ରିଏଟରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ଭିଡ଼ ଭିତରେ ଦଳାଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ମହିଳାଙ୍କ ସାଥିରେ ଥିବା ତାଙ୍କ ୮ ବର୍ଷ କୁନି ପୁଅ ଗମ୍ଭୀର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିଲେ । ୪ ଡିସେମ୍ବରରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେଇ କୁନି ପୁଅର ଅବସ୍ଥା ଏବେ ଗୁରୁତର ରହିଛି । ସେ ବର୍ତ୍ତମାନ ଭେଣ୍ଟିଲେଟ ସପୋର୍ଟରେ ରହିଛନ୍ତି ।
ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ହେଲ୍ଥ ବୁଲେଟିନ୍ ମୁତାବିକ, ପିଲାଟିର ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ । ଏପରିକି ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଥିବା ଜଣାପଡିଛି । କୁନି ପୁଅର ନ୍ୟୁରୋଲୋଜିକାଲ ସ୍ଥିତିରେ ବି କିଛି ସୁଧାର ଆସିନାହିଁ । ତେବେ ଏ ଘଟଣାକୁ ନେଇ ପୋଲିସ ପୁଷ୍ପା-୨ ଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କୁ ଗିରଫ କରିଥିଲା । ତେବେ ଗିରଫର ୨୪ ଘଣ୍ଟା ପରେ ଜାମିନରେ ଜେଲରୁ ମୁକୁଳିଛନ୍ତି ଅଲ୍ଲୁ ଅର୍ଜ୍ଜୁନ । ପ୍ରିମିୟର ଶୋ ବେଳେ ଅତ୍ୟେଧିକ ଭିଡ଼ରେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକଙ୍କୁ କ୍ଷମା ମାଗିଛନ୍ତି ଅଲ୍ଲୁ ଅର୍ଜ୍ଜୁନ ଓ ଫିଲ୍ମ ନିର୍ଦ୍ଦେଶକ ସୁକୁମାର । ସେହିପରି ଅଲ୍ଲୁ ଅର୍ଜ୍ଜୁନ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶୀ ସହାୟତା ଦେଇଛନ୍ତି ।