ମୁମ୍ବାଇ : ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡପତ୍ର ଖବର ପାଇଁ ଅଭିଷେକ ବଚ୍ଚନ ଦୀର୍ଘଦିନ ଧରି ଲାଇମ୍ ଲାଇଟ୍ରେ ରହିଥିଲା । ଅଭିନେତ୍ରୀ ନିମ୍ରତ କୌରଙ୍କ ସହିତ ତାଙ୍କ ଡେଟିଂ ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଖବର ସେମାନଙ୍କ ଫ୍ୟାନ୍ସକୁ ଦ୍ବନ୍ଦରେ ପକାଇଦେଇଥିଲା ।
ନିମ୍ରତ କୌରଙ୍କ କହିବାନୁସାରେ, ସେ ବର୍ତ୍ତମାନ କାହାକୁ ଡେଟ କରୁନାହାଁନ୍ତି । କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ବାହୁବଲୀ ଅଭିନେତା ରାଣା ଡଗୁବତୀଙ୍କୁ ଡେଟିଂ କରୁଥିବା କଥା ଚର୍ଚ୍ଚା ହୋଇଥିଲା । କୁହାଯାଉଥିଲା କି ଦୁହେଁ ପରସ୍ପରକୁ ଡେଟ କରୁଥିଲେ। ତେବେ ନିମ୍ରତ କୌରଙ୍କ କିମ୍ବା ରାଣା ଡାଗଗୁବତୀ ଏହି ସମ୍ପର୍କ ବିଷୟରେ କେବେ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି ।
ଖାଲି ଏତିକି ନୁହେଁ ପୂର୍ବରୁ ନିମ୍ରତ ଜଣେ ନାମୀଦାମୀ କ୍ରିକେଟରଙ୍କ ସହିତ ତାଙ୍କ ଲିଙ୍କ ଅପ୍ ଖବର ସାମ୍ନାକୁ ଆସିଥିଲା । ନିମ୍ରତ କୌରଙ୍କ ନାମ ରବି ଶାସ୍ତ୍ରୀଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ୨୦୧୮ରେ ଦୁହେଁ ସିକ୍ରେଟ ଭାବରେ ଡେଟିଂ କରୁଥିବା ଖବର ଆସିଥିଲା । କୁହାଯାଇଥିଲା ଯେ ଏହି ସମ୍ପର୍କ କେବଳ ୨ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଯେତେବେଳେ ଏହି ଖବର ଆଲୋଚନାର ବିଷୟ ପାଲଟିବାକୁ ଲାଗିଲା ସେତେବେଳେ ରବି ଶାସ୍ତ୍ରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ଗୁଜବକୁ ନେଇ ପୂର୍ବତନ କ୍ରିକେଟର କ୍ରୋଧିତ ହୋଇଥିଲେ । ସେ କହିଥିଲେ, ‘କିଛି କହିବାର ଆବଶ୍ୟକତା ନାହିଁ’ । ଏହି ପ୍ରସଙ୍ଗରେ ନିମ୍ରତ କୌର ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସେ X ରେ ଲେଖିଥିଲେ ମୋତେ ରୁଟ କେନାଲର ଆବଶ୍ୟକ ନାହିଁ ।