ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତକୁ ନିର୍ଧୁମ ଛେଚିଲେ ଗ୍ରାମବାସୀ
Khabar Odisha:crime-odisha-neighbour-rapes-minor-girl-at-Mundiasahi-in-Jatani
ଖୋର୍ଦ୍ଧା, ଅପ୍ରେଲ ୧୨ (ଖବର ଓଡ଼ିଶା):

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଂଚଳରେ ଏକ ଅମାନୁଷିକ କାଣ୍ଡ ଘଟିଛି । ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଜଟଣୀ ଅନ୍ତର୍ଗତ ମୁଣ୍ଡିଆସାହି ଗୋପବନ୍ଧୁନଗରରେ ଗତକାଲି ରାତିରେ ଏକ ନାବାଳିକାକୁ ପ୍ରଲୋଭନ ଦେଖାଇ ଜଣେ ଯୁବକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ପଡ଼ୋଶୀ ଯୁବକ ବୋଲି ଜଣାପଡ଼ିଛି । ଗ୍ରାମବାସୀ ସଂପୃକ୍ତ ଯୁବକକୁ କାବୁ କରି ନିସ୍ତୁକ ମାଡ଼ ମଧ୍ୟ ମାରିଛନ୍ତି । ଅଭିଯୁକ୍ତକୁ ପୋଲିସ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଗ୍ରାମବାସୀମାନେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଥାନା ଆଗରେ ଧାରଣା ଦେଇଛନ୍ତି । ଏହା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୋଲିସ ନାବାଳିକାର ମୃତ ଦେହକୁ ଏମ୍‌ସ୍‌ ମେଡ଼ିକାଲରେ ରଖାଯାଇଛି ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାସିନ୍ଦା ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଜଟଣୀ ଅଂଚଳରେ ବ୍ୟାପକ ବ୍ରାଉନ ସୁଗାର କାରବାର ଚାଲିଛି । ଯେଉଁଥିପାଇଁ ଏଭଳି ଅପରାଧିକ ମାମଲା ଦିନକୁ ଦିନ ବଢ଼ୁଛି ବୋଲି ଲୋକମାନେ କହିଛନ୍ତି । ତେଣୁ ତୁରନ୍ତ ନିଶା କାରବାର ଉପରେ ରୋକ ଲଗାଇବାକୁ ଦାବି ହୋଇଛି । ଘଟଣା ସ୍ଥଳରେ ଡିସିପି ଅନୁପ ସାହୁ ପହଁଚି ବୁଝାସୁଝା କରୁଛନ୍ତି । ମାମଲା ରୁଜୁ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

  • Tags:

Subscribe

National International State Sports Entertainment