ଉତ୍ତର ପ୍ରଦେଶ: ଆହ୍ଲାଙ୍କୁ ଖୁସି କରିବା ପାଇଁ ମୌଲବୀ ପରାମର୍ଶରେ ପୁଅକୁ କୁର୍ବାନୀ କଲା ପିତା!
Khabar Odisha:Uttap-Pradesh-man-sacrificed-his-kid-to-appease-Allah-on-instruction-of-a-Maulvi

ଆଗ୍ରା, ଅଗଷ୍ଟ ୧୧ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ରାକ୍ଷସ ରୂପି ପିତା ନିଜର ୪ ବର୍ଷର ନିଷ୍ପାପ ଶିଶୁ ପୁତ୍ରକୁ ବଳି (କୁର୍ବାନୀ) କରିଛି । ଅଭିଯୁକ୍ତର କହିବା ଅନୁସାରେ ଆହ୍ଲାଙ୍କୁ ଖୁସି କରିବା ପାଇଁ ସେ ନିଜର ଝିଅକୁ ବଳି ଦେଇଛି । ସେ ଏକ କଇଁଚିରେ ଅତି ନିର୍ଦୟ ଭାବେ ଶିଶୁ ପୁତ୍ରକୁ ବାରମ୍ବାର ଆକ୍ରମଣ କରି ହତ୍ୟା କରିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘରୁ ଫେରାର ହୋଇଯାଇଥିଲା । 

ଉତ୍ତର ପ୍ରଦେଶ ପୋଲିସ କହିଛି, ପୁଅକୁ ସ୍କୁଲ ଛାଡ଼ିବା ଆଳ ଦେଖାଇ ଅଭିଯୁକ୍ତ ପିତା ଏକ ନିର୍ମାଣାଧୀନ କୋଠାର ବେସମେଣ୍ଟକୁ ନେଇ ଯାଇଥିଲା ଏବଂ ସେଠାରେ ତାକୁ ହତ୍ୟା କରି ଦେଇଥିଲା । ଶିଶୁ ସ୍କୁଲରେ ନ ପହଂଚିଥିବାରୁ ସଂପର୍କୀୟ ମାନେ ଯେତେବେଳେ ଅଭିଯୁକ୍ତକୁ ପଚରାଉଚରା କରିଥିଲେ, ସେ ମୌଲବୀଙ୍କ ପରାମର୍ଶ କ୍ରମେ ଶିଶୁକୁ ବଳି ଦେଇଥିବା ସ୍ୱୀକାର କରିଥିଲା । ଏବାବଦରେ ସୂଚନା ହସ୍ତଗତ ହେବା ପରେ ପୋଲିସ ଘଟଣାସ୍ଥଳକୁ ପହଂଚି ଅଭିଯୁକ୍ତର କହିବା ଅନୁସାରେ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏଥି ସହିତ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଇଁଚିକୁ ବି ଜବତ କରିଛି । 

ସଦର ଥାନା ମହାଦେବ ନଗର ନିବାସୀ ୪ ବର୍ଷୀୟ ଋଷିର ମୃତଦେହ କହରାଇ ବୁଲାଣି ନିକଟରେ ଥିବା ଏକ କୋଠାରୁ ଉଦ୍ଧାର ହୋଇଥିଲା । ଋଷିର ପିତା ଅମିତ ବିଶ୍ୱକର୍ମା ସ୍କୁଲ ଛାଡ଼ିବାକୁ ଯାଇଥିଲା । ଅମିତ ଶିଶୁକୁ ସକାଳୁ ସ୍କୁଲରେ ଛାଡ଼ିବାକୁ ଯାଇଥିଲା କିନ୍ତୁ ପ୍ରାୟ ୯ଟାରେ ଫୋନ ଆସିଥିଲା ଯେ, ଋଷି ସ୍କୁଲକୁ ଆସି ନାହିଁ । ପରିବାରର ଅନ୍ୟ ସଦସ୍ୟମାନେ ପୋଲିସକୁ ୧୦୦ ନମ୍ବରରେ ସୂଚନା ଦେଇଥିଲେ । କହରାଇ ନିକଟରୁ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା । 

 

  • Tags:

Subscribe

National International State Sports Entertainment