ଝିଅ ଜନ୍ମ ହେଲାନି: ପରିବାର ଦେଲେ ନିର୍ଯାତନା, କେନାଲକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା
Khabar Odisha:Crime-Tortured-for-not-bearing-girl-woman-kills-self-in-Ahemadabad-of-Gujurat

ଅହମଦାବାଦ, ଅକ୍ଟୋବର ୧୦ (ଖବର ଓଡ଼ିଶା): ଆଜିର ସମାଜରେ ସମସ୍ତଙ୍କୁ ଜଣା ଯେ, ପୁଅ ଜନ୍ମ ନ ହେଲେ ପରିବାର ଲୋକେ ମହିଳାଙ୍କୁ ନିର୍ଯାତନା ଦେଇଥାନ୍ତି କିନ୍ତୁ ଗୁଜୁରାଟର ଅହମଦାବାଦରେ ଓଲଟା । ଏଠାରେ ଜଣେ ମହିଳା ଝିଅ ଜନ୍ମ କରି ନ ଥିବାରୁ ପରିବାର ଲୋକଙ୍କ ଠାରୁ ନିର୍ଯାତନା ପାଇଛନ୍ତି । ନିର୍ଯାତନାର ସୀମା ଟପିବାରୁ ମହିଳା ଶେଷରେ ଆତ୍ମହତ୍ୟା କରିଛନ୍ତି । ଗାନ୍ଧୀନଗରସ୍ଥିତ ଅଦାଳଚ ଅଞ୍ଚଳରେ ଜଣେ ମହିଳାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡିଛି । ପୋଲିସ ମହିଳାଙ୍କର ଶ୍ୱଶୁର ଘର ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପରିବାର ଲୋକଙ୍କର କହିବା ଅନୁସାରେ ସେମାନେଙ୍କର ୩ଟି ପୀଢ଼ି ଯାଏଁ ଝିଅ ହେଉ ନ ଥିଲେ । ସେଥିପାଇଁ ସେମାନେ ଘରେ ଏକ କନ୍ୟା ସନ୍ତାନ ହେଉ ବୋଲି ଚାହୁଁଥିଲେ । ଏହା ବ୍ୟତୀତ ବିବାହିତ ମହିଳାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ମଧ୍ୟ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିଲେ । 

୨୭ ବର୍ଷୀୟ ନିକିତା ମୋଢ଼ଙ୍କ ଶ୍ୱଶୁର ଘର ଲୋକେ ୫ ଲକ୍ଷ ଟଙ୍କା ମାଗୁଥିଲେ । ଏହି ଟଙ୍କାରେ ସେମାନେ ସାନ ପିଲାକୁ କାନାଡା ପଠାଇପାରିବେ । ନିକିତା ନିଜ ବାପ ଘରୁ ଟଙ୍କା ଆଣି ନଥିବାରୁ ସେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ । ନିକିତାଙ୍କ ପିତା ଅଶ୍ୱିନ ମୋଢ଼ ତରଫରୁ ଥାନାରେ ଏତଲା ଦାୟର କରାଯାଇଛି । ମାସନିକ ଚାପର ଶିକାର ହୋଇ ନିକିତା ଶୁକ୍ରବାର ନର୍ମଦା ନଦୀର କେନାଲକୁ ଡେଇଁ ଆତ୍ମହତ୍ୟା କରିଥିଲେ । 

ନିକିତା ନିଜ ବାପ ଘର ଲୋକଙ୍କ ସହ ଅକ୍ଟୋବର ୪ରେ ଶେଷ ଥର ପାଇଁ କଥା ହୋଇଥିଲେ । ପରେ ପରିବାର ଲୋକେ ବହୁଥର ଫୋନ କରିଥିଲେ ବି ନିକିତାର ଶାଶୁ ଫୋନ ଉଠାଉଥିଲେ । ଶେଷରେ ନିକିତାଙ୍କ ଶ୍ୱଶୁର ଫୋନ ଉଠାଇ ନିକିତା ଘରେ ନାହିଁ । ସେ କୁଆଡେ ଚାଲି ଯାଇଛି । ଯଦି ସେ ଫେରିବ ତଥାପି ଏଠାରେ ରହିବାର ସ୍ଥାନ ନାହିଁ । ବାନସକାଣ୍ଠାରେ ଫଳ ଓ ପରିବା ଦୋକାନ କରିଥିବା ଅଶ୍ୱିନ ଏଫଆଇଆରରେ କହିଛନ୍ତି, ତାଙ୍କର ଝିଅ ନିକିତା ୨୦୧୬ ଡିସେମ୍ବର ୮ରେ ପାର୍ଥ ମୋଦୀଙ୍କୁ ବିବାହ କରିଥିଲା । ବିବାହର ଏକ ବର୍ଷ ପରେ ନିକିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା । ମାତ୍ର ପରିବାର ଲୋକେ ଝିଅ ଚାହୁଁଥିଲେ । 

 

  • Tags:

Subscribe

National International State Sports Entertainment