ପୁଣି ନାବାଳିକା ଗର୍ଭବତୀ , ସମ୍ପର୍କୀୟ ଭାଇ ଅଟକ
Khabar Odisha:Crime-Odisha-Minor-girl-pregnent-in-keonjhar
କେନ୍ଦୁଝର, ମାର୍ଚ୍ଚ ୧୪(ଖବର ଓଡ଼ିଶା):

କେନ୍ଦୁଝର ଟାଉନ ଥାନା ଅଂଚଳରେ ନାବାଳିକା ଗର୍ଭବତୀ ଘଟଣାର ପୁନରାବୃତି ଘଟିଛିା ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ନାବାଳକ ଭାଇକୁ ପୋଲିସ ଅଟକ ରଖିଛି ।

 କେନ୍ଦୁଝର ଜିଲ୍ଲାରେ ପୁଣି ନାବଳିକା ଗର୍ଭବତୀ । ଜଣେ ନାବାଳିକାଙ୍କ ସହ ନିଜ ସମ୍ପର୍କୀୟ ଭାଇ ଶାରୀରିକ ସମ୍ପର୍କ ରଖିଥିବା ଜଣାପଡ଼ିଛି । ନାବାଳିକା ଜଣକ ଗର୍ଭବତୀ ହେବା ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାରେ ଥାନାରେ ଅଭିଯୋଗ ପରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ନାବାଳକ ଭାଇକୁ ଅଟକ ରଖିଛି । ଏହା ସହ ନାବାଳିକାକୁ ଡ଼ାକ୍ତରୀ ମାଇନା ପାଇଁ ମେଡ଼ିକାଲକୁ ପଠାଯାଇଛି ।

  • Tags:

Subscribe

National International State Sports Entertainment