ହରିଣ ଚମଡ଼ା ସହ ଶିକାରୀ ଗିରଫ
Khabar Odisha:Crime-Odisha-Deer-hide-antlers-seized-from-Village-near-Kuldiha-Santuaey-range
ବାଲେଶ୍ୱର, ଏପ୍ରିଲ ୧୨(ଖବର ଓଡ଼ିଶା):

ବାଲେଶ୍ୱର କୁଲଡିହା ଅଭୟାରଣ୍ୟ ଭାଲିଆପୋଷୀ ଗାଁରୁ ଆଜି ବନ ବିଭାଗ ହରିଣ ଚମଡା,ଶିଙ୍ଗ ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି । 

ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟ ରେଞ୍ଜ ଭାଲିଆପୋଷୀ ଗାଁରେ ଆଜି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ହରିଣ ଚମଡା,ଶିଙ୍ଗ ସହ ତିନୋଟି ବନ୍ଧୁକ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଶିକାରୀଙ୍କ ମଧ୍ୟ ବନ ବିଭାଗ ଗିରଫ କରିଛି । ଗିରଫ ହୋଇଥିବା ଦୁଇଜଣ ଶିକାରୀ କୁଲଡିହା ଅଭୟାରଣ୍ୟ ପାଖରେ ଅସ୍ଥାୟୀ ଘର କରି ରହୁଥିଲେ । କିନ୍ତୁ ପ୍ରକୃତରେ ସେମାନଙ୍କ ଘର ମୟୁରଭଞ୍ଜରେ ବୋଲି କୁଲଡିହା ଏସଏଫଓ ସୂଚନା ଦେଇଛନ୍ତି । ଏହି ହରିଣ ଶିକାର ମାମଲାରେ ଆଉ କାହା ସମୃକ୍ତି ରହିଛି ସେନେଇ ତନାଘନା ଚାଲିଛି ।

Subscribe

National International State Sports Entertainment