ମ୍ୟାନେଜର ଯୁବତୀଙ୍କୁ ବିବାହର ପ୍ରତିଶୃତି‌ ଦେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
Khabar Odisha:Crime-Greater-Noida-man-arrested-for-raping-a-manager-on-pretext-of-marriage

ଗ୍ରେଟର ନୋଏଡା, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ଦିଲ୍ଲୀ ଉପକଣ୍ଠ ଗ୍ରେଟର ନୋଏଡା ଅଂଚଳରେ ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଜଣେ ମ୍ୟାନେଜରଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମାଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। 

ବିସରଖ ପୋଲିସ ମ୍ୟାଜେଜର ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଯୁବତୀଙ୍କ ଠାରୁ ୫ ଲକ୍ଷ ଟଙ୍କା ହଡପ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏଥି ସହିତ ଯୁବତୀଙ୍କୁ ଅଭିଯୁକ୍ତ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ଚାପ ପ୍ରୟୋଗ କରୁଥିଲା। ଯୁବତୀ ଏହା ବିରୋଧ କରିବାରୁ ହତ୍ୟା ଧମକ ଦେଇଥିଲା। ଏହା ପରେ ଫେରାର ହୋଇଯାଇଥିଲା। ପୋଲିସ ଗୁରୁବାର ଅଭିଯୁକ୍ତକୁ ତିଗଡି ଅଟୋ ଷ୍ଟାଣ୍ଡରୁ ଗିରଫ କରିଛି। 

 

  • Tags:

Subscribe

National International State Sports Entertainment