୧ ହଜାର କେଜି ବିସ୍ଫୋରକ ଜବତ ମାମଲା : ଡ଼ିଲର ସୁକାନ୍ତ ସାହୁ ଗିରଫ
Khabar Odisha:Crime--Odisha-1-thousand-killo-explosive-seized-in-kolakata-dealer-arrested
ଭୁବନେଶ୍ୱର, ମାର୍ଚ୍ଚ ୧୧ (ଖବର ଓଡ଼ିଶା ):

କୋଲକାତା ଏସଟିଏଫ ଦ୍ୱାରା ହଜାର କେଜି ବିସ୍ଫୋରକ ଜବତ ହୋଇଥିବା ମାମଲାରେ ବିସ୍ଫୋରକ ଡ଼ିଲର ସୁକାନ୍ତ ସାହୁଙ୍କୁ ବସ୍ତାରୁ କୋଲକାତା ପୋଲିସ ଏସଟିଏଫ ଗିରଫ କରିଛି । ଏହି ଚାଲାଣ ପଛରେ ନକ୍ସଲର ହାତ ଅଛି କି ନାହଁ ତାହା ତଦନ୍ତ କରିବ ପୋଲିସ ।

କୋଲକାତା ଏସଟିଏଫ ଦ୍ୱାରା ହଜାର କେଜି ବିସ୍ଫୋରକ ଜବତ ହୋଇଥିଲା । ଏହି ମାମଲାରେ ବିସ୍ଫୋରକ ଡ଼ିଲର ସୁକାନ୍ତ ସାହୁଙ୍କୁ ବାଲେଶ୍ୱର ବସ୍ତାରୁ କୋଲକାତା ପୋଲିସ ଏସଟିଏଫ ଗିରଫ କରିଛି । କୋଲକାତା ପୋଲିସ ଏସଟିଏଫ ଗିରଫ ସୁକାନ୍ତଙ୍କୁ ଟ୍ରାଞ୍ଜିଟି ରିମାଣ୍ଡରେ ନେବ । ଏହି ମାମଲାରେ ଦୁଇ ଜରଙ୍କୁ ପୂର୍ବରୁ ଗିରଫ କରଯାଇଥିବା ବେଳେ ଏହି ଚାଲାଣ ପଛରେ ନକ୍ସଲର ହାତ ଅଛି କି ନାହଁ ତାହା ତଦନ୍ତ କରିବ ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ , ଓଡ଼ିଶାରୁ ପଶ୍ଚିବମଙ୍ଗ ଚାଲାଣ ବିସ୍ଫୋରକ ହେଉଥିଲା ବେଳେ  ପଶ୍ଚିମବଙ୍ଗ ଏସଟିଏଫ ଚଢାଉ କରି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏକ ହଜାର କେଜି ବିସ୍ଫୋରକ ଜବତ କରିଥିଲା । ଇନ୍ଦ୍ରଜିତ ଭୋଇ ଓ ପଦ୍ମଲୋଚନ ଦେ ନେଇଥିବା ଗାଡ଼ିରୁ ବିସ୍ଫୋରକ ଜବତ ହୋଇଥିବାରୁ ସମ୍ପୃକ୍ତ ଦୁଇ ଓଡ଼ିଆଙ୍କୁ ଗିରଫ କରାଯାଇଥିଲା ।

Subscribe

National International State Sports Entertainment