ବ୍ରହ୍ମପୁରରେ ବଡ ଧରଣର ଆଇପିଏଲ ବେଟିଂ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ, ଘଟଣାରେ ୫ ଗିରଫ ବ୍ରହ୍ମପୁର, ମେ ୧୭(ଖବର ଓଡିଶା): Share story: ବ୍ରହ୍ମପୁରରେ ଅନଲାଇନ୍ ଆପ୍ ମାଧ୍ୟମରେ ଆଇପିଏଲ ବେଟିଂ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଏହି ଚଢାଉରେ ୪ ଲକ୍ଷ ୫୭ ହଜାର ଟଙ୍କା ଜବତ କରାଯାଇଛି । ଏହାସହିତ ୨୦୩ ଗ୍ରାମ୍ ସୁନା ଓ ୯ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ସୂଚନା ଅନୁସାରେ, ଏହି ବେଟିଂ ଅନଲାଇନ ଆପ ମାଧ୍ୟମରେ କୋଲକାତାରୁ ଅପଡେଟ ହେଉଥିଲା । ସେହିପରି ସୋମବାର ଧର୍ମଗଡ ପୋଲିସ ଜୁନାଗଡ ସହରରୁ ରାକେଶ ରଞ୍ଜନ ଚୌଧୁରୀ ଆଇପିଏଲ ବେଟିଂ କରୁଥିବା ଅଭିଯୋଗରେ ଗିରଫ କରିଛି । ତା ଠାରୁ ନଗଦ ୭୦ ହଜାର ଟଙ୍କା, ଗୋଟିଏ କାର, ୮ଟି ଦାମୀ ମୋବାଇଲ, ୨ଟି ପାସବୁକ ଓ ବଟି ଏଟିଏମ ଜବତ କରିଛି । ଏହାସହିତ ଅଭିଯୁକ୍ତ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଧର୍ମଗଡ ଡିସିବି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କର ମୋଟ ୧ କୋଟି ୪୫ ଲକ୍ଷ ଟଙ୍କାକୁ ଧର୍ମଗଡ ପୋଲିସ ଫ୍ରିଜ କରିଛି । ଖବର ଓଡ଼ିଶା, Reporter, 17/05/2022