ଆଖୁ ଚାଷୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ୨୦୨୧-୨୨ଋତୁ ପାଇଁ ମୁଲ୍ୟ ବୃଦ୍ଧୀ କଲେ କେନ୍ଦ୍ର ସରକାର
Khabar Odisha:Central-government-raises-prices-for-sugarcane-farmers-by-2021-224

ନୁଆଦିଲ୍ଲୀ, ଅଗଷ୍ଟ ୨୫(ଖବର ଓଡ଼ିଶା): ଆଖୁ ଚାଷୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କମିଟି ୨୦୨୧-୨୨ (ଅକ୍ଟୋବର - ସେପ୍ଟେମ୍ବର) ଋତୁରେ ଆକୁର କ୍ୱିଣ୍ଟାଲ ପିଛା ମୁଲ୍ୟ ୨୯୦ କରିବାକୁ ନିଶ୍ପତି ନେଇଛନ୍ତି ଯାହା ପୁର୍ବରୁ ୨୭୦ ଥିଲା । ବର୍ତ୍ତମାନର ଋତୁରେ ୨୦୨୦-୨୧ ରେ ପ୍ରାୟ ୨,୯୭୬ ଲକ୍ଷ ଟନ୍ ଆଖୁ ୯୧,୦୦୦ ଟଙ୍କାଏ ମୁଲ୍ୟରେ ଚିନି ମିଲ୍ ଗୁଡିକ କ୍ରୟ କରିଥିଲେ, ଯାହା ସବୁଠୁ ଅଧୀକା ଏବଂ ସର୍ବନିମ୍ନ ସହାୟତା ମୂଲ୍ୟରେ ଧାନ ଫସଲ କ୍ରୟ ପରେ ଦ୍ୱିତୀୟ ସର୍ବାଧିକ ।

 ୨୦୨୧-୨୨ ପରବର୍ତ୍ତୀ ଋତୁରେ ଆଖୁ ଉତ୍ପାଦନରେ ଆଶା କରାଯାଉଥିବା ବୃଦ୍ଧିକୁ ବଜାୟ ରଖି ଚିନି ମିଲ୍ ଦ୍ୱାରା ପ୍ରାୟ ୩,୦୮୮ ଲକ୍ଷ ଟନ୍ ଆଖୁ କ୍ରୟ ହେବାର ସମ୍ଭାବନା ଅଛି । ଆଖୁ ଚାଷୀଙ୍କ ପାଇଁ ମୋଟ ଟଙ୍କା ପ୍ରାୟ ୧,୦୦,୦୦୦ କୋଟି ଟଙ୍କା ସରକାର ଏହାର କୃଷକ-ପ୍ରୋତ୍ସାହନମୂଳକ ପଦକ୍ଷେପ ମାଧ୍ୟମରେ ନିଶ୍ଚିତ କରିବେ ଯେ ଆଖୁ ଚାଷୀମାନେ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ପାଇବେ ।

ଚିନି ମିଲ୍ ଦ୍ୱାରା ୨୦୨୧-୨୨ (ଯଥା ଅକ୍ଟୋବର ୧, ୨୦୨୧ ରୁ ଆରମ୍ଭ) ଚାଷୀଙ୍କ ଠାରୁ ଆଖୁ କିଣିବା ପାଇଁ ଅନୁମୋଦିତ ଏପଆରପି ପ୍ରଯୁଜ୍ୟ ହେବ । ଆଖୁ କ୍ଷେତ୍ର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଭିତ୍ତିକ କ୍ଷେତ୍ର ଯାହାକି ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ନିର୍ଭରଶୀଳ ତଥା ପ୍ରାୟ ୫ ଲକ୍ଷ ଶ୍ରମିକ ସିଧାସଳଖ ଚିନି କାରଖାନାରେ ନିୟୋଜିତ, କୃଷି ଶ୍ରମ ଏବଂ ପରିବହନ ସମେତ ବିଭିନ୍ନ ଆନୁଷଙ୍ଗିକ କାର‌୍ୟ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ଜୀବିକା ଉପରେ ପ୍ରଭାବ ପକାଇଥାଏ ।

  • Tags:

Subscribe

National International State Sports Entertainment