ନିଜ କର୍ମଚାରୀଙ୍କୁ ବିଶ୍ବ ବୁଲାଇବ ଆମେରିକାର ଏହି କଂପାନୀ, ଜଣଙ୍କୁ ଦେବ ସାଢ଼େ ୭ ଲକ୍ଷ ଲେଖାଏଁ ଟଙ୍କା
Khabar Odisha:Business-Spanx-CEO-gifts-staff-seven-lakh-fifty-thousand-rupees-and-two-first-class-tickets

ୱାଶିଂଟନ୍‌, ଅକ୍ଟୋବର ୨୬ (ଖବର ଓଡ଼ିଶା): ଅନେକ ବସ୍‌ ପ୍ରେରଣା ଦେବାରେ, ପ୍ରେତ୍ସାହିତ କରିବାରେ ତଥା ଆପଣଙ୍କ ପାଇଁ ଭଲ ହୋଇପାରିବେ। ସେମାନେ ଆପଣଙ୍କର ଭଲ ଚିନ୍ତା କରିପାରନ୍ତି। ଆପଣ ଯାହା ବି କରନ୍ତୁ। କିନ୍ତୁ କିଛି ଏଭଳି ଥାଆନ୍ତି କନିଷ୍ଠଙ୍କ ଖୁସିକୁ ସହ୍ୟ କରିପାରି ନଥାନ୍ତି। ସେମାନେ କନିଷ୍ଠଙ୍କ ଚିନ୍ତା ବଢ଼ାଇବା ପାଇଁ ଅନେକ ତ୍ରୁଟି ଖୋଜୁଥାନ୍ତି। ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କର୍ମଚାରୀ ମଧ୍ୟ କାମ କରିବାର ବାତାବରଣ, ଦରମା, ଛୁଟି ଓ ଅନ୍ୟ ପ୍ରସଙ୍ଗରେ ବସ୍‌ଙ୍କ ପ୍ରତି ଅସନ୍ତୁଷ୍ଟ ଥାଆନ୍ତି। କିନ୍ତୁ ଆମେରିକାରେ ଏକ କଂପାନୀର ବସ୍‌ (ବରିଷ୍ଠ ଅଧିକାରୀ) ନିଜର କର୍ମଚାରୀଙ୍କ ଦୃଦୟ ଜିତିଛନ୍ତି। ନିଜର କର୍ମଚାରୀଙ୍କୁ ଉପହାର ଦେଇଛନ୍ତି। 

ନିକଟରେ ସ୍ପାନେକ୍ସରେ ବ୍ଲାକଷ୍ଟୋନ ନିବେଶ କରିଛି। କଂପାନୀର ଭ୍ୟାଲୁ ୧.୨ ବିଲିୟନ ଡଲାର ଅର୍ଥାନ ୯୦ ମିଲିୟନ ୧ କୋଟି ୨୦ ଲକ୍ଷ ଟଙ୍କା ହୋଇଯାଇଛି। କଂପାନୀ ଏବେ ନିଜର କର୍ମଚାରୀଙ୍କ ଉପରେ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛି। 

କଂପାନୀର ସିଇଓ ସାରା ବ୍ଲାକେଲୀ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସର୍ବ ସାମ୍ନାରେ ଏକଗ୍ଲୋବ ବୁଲାଇଥିଲେ। ସେ କର୍ମଚାରୀମାନଙ୍କୁ ପଚାରିଥିଲେ, କୁହନ୍ତୁ ଏହି ଗ୍ଲୋବ କାହିଁକି ବୁଲୁଛି? କୌଣସି କର୍ମଚାରୀ ଏହାର ଉତ୍ତର ଦେଇପାରି ନଥିଲେ। ଏହା ପରେ ସେ କହିଥିଲେ ଆପଣମାନଙ୍କୁ ୨ଟି ଲେଖାଏଁ ଫାଷ୍ଟ କ୍ଲାସ ଟିକେଟ ମିଳିବ। ଆପଣ ନିଜ ପସନ୍ଦରେ ବିଶ୍ବ ବୁଲିପାରିବେ। ଏହା ବ୍ୟତୀତ କର୍ମଚାରୀମାନଙ୍କୁ ୧୦ ହଜାର ଡଲାର ଅର୍ଥାତ ୭ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ମିଳିବ। 

ସୂଚନାଯୋଗ୍ୟ, ସ୍ପାନଏକ୍ସ Spanx ଏକ ଆମେରିକୀୟ କଂପାନୀ। ମହିଳାଙ୍କ ପାଇଁ ଲେଗିଙ୍ଗ ତିଆରି କରିଥାଏ। ୨୦୨୦ରେ Spanx ପୁରୁଷ ମାନଙ୍କ ପାଇଁ କପଡ଼ା ତିଆରି କରିବା ଆରମ୍ଭ କରିଥିଲା। ସାରା ବ୍ଲାକୋଲୀ ୫୦୦୦ ଡଲାର ଅର୍ଥାତ ୩ ଲକ୍ଷ ୭୫ ହଜାର ୫୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିଲେ। 

 

 

  • Tags:

Subscribe

National International State Sports Entertainment