ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ୩.୦ ଆଜି ଉପସ୍ଥାପିତ ହେବାକୁ ଯାଉଛି। ୨୦୨୫ ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ଣ ୧୧ଟାରେ ଲୋକସଭାରେ ନିଜର ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ସେ ୬ଟି ପୂର୍ଣ୍ଣାଙ୍ଗ ଓ ୨ଟି ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ମଧ୍ୟବିତ୍ତବର୍ଗଙ୍କୁ ନେଇ ଏହି ବଜେଟରୁ ବହୁ ଆଶା ରହିଛି।
ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସଙ୍କେତ ଦେଇଥିଲେ ଯେ ଏଥର ଗରିବ, ମଧ୍ୟବିତ୍ତ ଏବଂ ମହିଳାଙ୍କ ପାଇଁ ଅନେକ ନୂଆ ପଦକ୍ଷେପ ଘୋଷଣା ହୋଇପାରେ। ୨୦୨୫ ବଜେଟ୍ ସମ୍ବନ୍ଧୀୟ ସମସ୍ତ ପ୍ରମୁଖ ଅପଡେଟ୍ ପାଇଁ ‘ଖବର ଓଡ଼ିଶା’ ସହିତ ଯୋଡ଼ି ହୋଇ ରୁହନ୍ତୁ।
LIVE UPDATES
- ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍ ପୂର୍ବରୁ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ସେୟାର ମାର୍କେଟରେ ଧୀରେଧୀରେ ଆରମ୍ଭ ହୋଇଥିଲା। ନିଫ୍ଟି ୨୦ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ସେନ୍ସେକ୍ସ ୫୦ ପଏଣ୍ଟ ବୃଦ୍ଧି ପାଇ ଖୋଲିଛି। ତେବେ ପରବର୍ତ୍ତୀ ସମୟରେ ଏହା ଚାପ ବଢ଼ୁଥିବା ବେଳେ ନିଫ୍ଟି ସମେତ ସମସ୍ତ ସୂଚକାଙ୍କ ରେ ହ୍ରାସ ପରିଲକ୍ଷିତ ହେଉଛି। ନିଫ୍ଟି ଏବେ ୨୩୫୦୦ ତଳକୁ କାରବାର କରୁଥିବା ବେଳେ ସେନ୍ସେକ୍ସ ୪୦ ପଏଣ୍ଟ ହ୍ରାସ ପାଇ କାରବାର କରୁଛି।
- ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ଶାଢ଼ି ପିନ୍ଧିଛନ୍ତି ତାହା ତାଙ୍କୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଲାରୀ ଦେବୀ (୨୦୨୧) ଉପହାର ଦେଇଥିଲେ। ବଜେଟ୍ ଦିନ ଏହି ଶାଢ଼ି ପିନ୍ଧିବାକୁ ଦୁଲାରି ଦେବୀ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
- ବଜେଟ୍ ଉପସ୍ଥାପନ ପୂର୍ବରୁ ଆଜି ସଂସଦ ଭବନରେ ପୂର୍ବାହ୍ନ ୧୦ଟା ୨୫ରେ କ୍ୟାବିନେଟ୍ ବୈଠକ ବସିଛି, ଯେଉଁଥିରେ ବଜେଟ୍ ଅନୁମୋଦନ କରାଯାଇଛି। ଇତିମଧ୍ୟରେ ବଜେଟ୍ର ନକଲ ସଂସଦ ଭବନରେ ପହଞ୍ଚିଛି। ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ।
- ବଜେଟ୍ ଉପସ୍ଥାପନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁମୋଦନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
- ବଜେଟ୍ ଉପସ୍ଥାପନ ପୂର୍ବରୁ ଆଜି ପୂର୍ବାହ୍ନ ୧୦ଟା ୨୫ରେ ସଂସଦ ଭବନରେ କ୍ୟାବିନେଟ୍ ବୈଠକ ବସିଛି, ଯେଉଁଥିରେ ବଜେଟ୍ ଅନୁମୋଦନ କରାଯିବ। ଇତିମଧ୍ୟରେ ବଜେଟ୍ର ନକଲ ସଂସଦ ଭବନରେ ପହଞ୍ଚିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ସେ ବଜେଟ୍ର ଏକ କପି ରାଷ୍ଟ୍ରପତିଙ୍କୁ ଦେଇଛନ୍ତି।
- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି। ସେହିପରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାର ଏଥରର ବଜେଟ୍ରେ ସଡ଼କ, ରେଳବାଇ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିରେ ଉପରେ ଫୋକସ୍ ହେବ ରଖିବେ ବୋଲି ଆଶା କରାଯାଉଛି।
- ବଜେଟ୍ ସମ୍ପର୍କରେ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ମଧ୍ୟାହ୍ନ ୧୨ଟା ସୁଦ୍ଧା ସବୁ କିଛି ଆପଣଙ୍କ ଆଗକୁ ଆସିଯିବ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଚୌଧୁରୀ ସାମାନ୍ୟ ଧୈର୍ଯ୍ୟ ରଖନ୍ତୁ। ସବୁ ଜାଣିପାରିବେ।
- ରାଷ୍ଟ୍ରପତି ଭବନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ବଜେଟ୍ ପୂର୍ବରୁ ଏହା ଏକ ଔପଚାରିକ ସାକ୍ଷାତ ଅଟେ । ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲୋଡ଼ିଛନ୍ତି ।
ବଜେଟ୍ ଅଧିବେଶନରେ ଅର୍ଥ ବିଲ୍ ୨୦୨୫, ୱାକଫ୍ ଓ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟରେ ସଂଶୋଧନ ଏବଂ ଭାରତୀୟ ରେଳବାଇ ଓ ଭାରତୀୟ ରେଳବାଇ ବୋର୍ଡ ଆଇନର ମିଶ୍ରଣ ସମେତ ମୋଟ ୧୬ଟି ବିଲ୍ ସଂସଦରେ ଉପସ୍ଥାପିତ ହେବ। ଅର୍ଥନୈତିକ ସର୍ଭେ ୨୦୨୪/୨୫ ଶୁକ୍ରବାରଠାରୁ ଆରମ୍ଭ ହୋଇଛି।
ବିଶେଷଜ୍ଞଙ୍କ ମତରେ ଏଥର ବଜେଟରେ ମୋଦୀ ସରକାର କୃଷକ, ମହିଳା ଓ ଯୁବବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି। କୃଷକଙ୍କ ପ୍ରସଙ୍ଗରେ ସରକାର ବେଶ୍ ଆକ୍ରମଣାତ୍ମକ ଭାବେ ଆଗେଇ ଚାଲିଛନ୍ତି।
ଚଳିତ ବର୍ଷବଜେଟ୍ରୁ ରାଜ୍ୟଗୁଡ଼ିକର ବହୁ ଆଶା ରହିଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ କେନ୍ଦ୍ରୀୟ ବଜେଟରେ ହିମାଚଳ ପ୍ରଦେଶ ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର। ବିଶେଷ କରି ରେଳ ଲାଇନ୍ ବିଛାଇବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବା ଦରକାର ବୋଲି ସେ କହିଛନ୍ତି।
ବିଶେଷଜ୍ଞଙ୍କ ମତରେ ଚଳିତ ବଜେଟରେ ଟିକସରେ ପରିବର୍ତ୍ତନ ହୋଇପାରେ। ବଜେଟ୍ ଜରିଆରେ ଟିକସ ସଂସ୍କାର କୁ ଆଗେଇ ନିଆଯାଇପାରିବ ବୋଲି ମଧ୍ୟ କୁହାଯାଉଛି। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଟିକସ ରିହାତି ଆଶା ବଢ଼ିବାରେ ଲାଗିଛି।
ଏଥର ନିର୍ମଳାଙ୍କ ବଜେଟରୁ ବେତନଭୋଗୀ ବର୍ଗ ବଡ଼ ଆଶ୍ୱସ୍ତି ଆଶା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ରେ ମଧ୍ୟବିତ୍ତଙ୍କୁ ବିଶେଷ କିଛି ମିଳିନାହିଁ। ଏହି ପରିପ୍ରେକ୍ଷୀରେ ବେତନଭୋଗୀଙ୍କ ନଜର ଏହି ବଜେଟ୍ ଉପରେ ରହିଛି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ଦେବେ କି?
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟକ୍ତିମାନେ ସରକାରୀ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ଆଲୋଚନା କରୁଛନ୍ତି। ସ୍ୱାସ୍ଥ୍ୟ ବଜେଟ୍ ପ୍ରକାଶ ପାଇବା ପରେ ଏହା ଉପରେ ସଠିକ୍ ଭାବେ ନଜର ରଖାଯିବା ଦରକାର, ଯାହାଦ୍ୱାରା ବଜେଟର ସୁଫଳ ଲୋକଙ୍କ ପାଖରେ ପହଂଚିପାରିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପକରଣକୁ ଜିଏସଟିରୁ ମୁକ୍ତ କରାଯାଉ।
ଏହି ବଜେଟକୁ ନେଇ ମହିଳା ଓ ଯୁବପିଢ଼ିଙ୍କ କିଛି ବିଶେଷ ଆଶା ରହିଛି। ଖାଦ୍ୟ ସାମଗ୍ରୀ ଉପରେ କମ୍ ଟିକସ, ବଢ଼ୁଥିବା ମୁଦ୍ରାସ୍ଫୀତି ଓ ଘରୋଇ ସ୍କୁଲ ଫି' ଉପରେ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ସାନିଟାରୀ ଭେଣ୍ଡିଂ ମେସିନ୍ ଲଗାଇବାକୁ ମହିଳାମାନେ ଚାହୁଁଛନ୍ତି।
ଏହି ବଜେଟରେ ଟିକସ ରିହାତି, ବିଶେଷ କରି ଅଧିକ ଟିକସ ସ୍ଲାବରେ ପରିବର୍ତ୍ତନ ଏବଂ ମଧ୍ୟବିତ୍ତ ଶ୍ରେଣୀର ବ୍ୟବହାର ବୃଦ୍ଧି କରିବାର ସମ୍ଭାବନା ରହିଛି । ତେବେ ରୋଜଗାର ଓ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ବ ବ୍ୟୟ ଓ ପୁଞ୍ଜି ବ୍ୟୟ ଉପରେ ଧ୍ୟାନ ଦେବା ଜରୁରୀ।
ଡେଲୋଇଟ୍ ଅନୁଯାୟୀ, ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ ଏବଂ ଉତ୍ପାଦନ ଏବଂ ସେବା କ୍ଷେତ୍ର ଉପରେ ଧ୍ୟାନ ଦେବା ଆବଶ୍ୟକ।
ଡେଲୋଇଟ୍ ଅନୁଯାୟୀ, ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ ଏବଂ ଉତ୍ପାଦନ ଏବଂ ସେବା କ୍ଷେତ୍ର ଉପରେ ଧ୍ୟାନ ଦେବା ଆବଶ୍ୟକ।
ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଭାରତରେ ଆତ୍ମନିୟୋଜିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି। କାନାଡା, କୋରିଆ ଏବଂ ବ୍ରାଜିଲର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ଭଲ ପ୍ରଦର୍ଶନ କରୁଛି। ଅର୍ଥନୈତିକ ସର୍ବେକ୍ଷଣରେ ନିୟମକୁ ସରଳ କରିବା ଏବଂ ବ୍ୟବସାୟକୁ ସହଜ କରିବା ଉପରେ ଗୁରୁତ୍ୱ ଦେବା ଉପରେ ଭାରତୀୟ ଶିଳ୍ପ ସ୍ୱାଗତ କରିଛି।