ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ, ଅତିଥି ଭାବେ ଯୋଗ ଦେଲେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ
Khabar Odisha:state-odisha-Historical-Cuttack--Baliyatra-Inagurated-by-speaker-Surya-narayan-Patra
କଟକ, ନଭେମ୍ବର୧୨(ଖବର ଓଡ଼ିଶା):

 ଐତିହାସିକ ରାଜ୍ୟ ମହୋତ୍ସବ କଟକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୮ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦଘାଟନ କରିଛନ୍ତି। ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଉପସ୍ଥିତ ଥିଲେ। ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୁହରି ମହତାବ ସମେତ କଟକର ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

ଏଥର ପ୍ରାୟ ୧୭୦୦ରୁ ଉର୍ଦ୍ଧ୍ଵ ଷ୍ଟଲ ଲାଗିଛି। ଏଥର ତଳ ପଡ଼ିଆରେ ଓରମାସ ସମେତ କେତୋଟି ସରକାରୀ ଷ୍ଟଲ ମଧ୍ୟ ରହିଛି। ବାଲିଯାତ୍ରାକୁ ସରସସୁନ୍ଦର କରିବା ଲାଗି ପ୍ରଶାସନ ପକ୍ଷରୁ ଅନେକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ପଥୋତ୍ସବ ଆୟୋଜନ କରାଯାଇଛି। ଏଥିରେ ସ୍ଥାନୀୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥି ସହିତ ବାଲିଯାତ୍ରାରେ ଦଲାର ମେହେନ୍ଦୀ, ସୋନା ମହାପାତ୍ର, କେକେ, ଋତୁରାଜ ମହାନ୍ତିଙ୍କ ପରି ପ୍ରସିଦ୍ଧ କଣ୍ଠଶିଳ୍ପୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏଥର  ବାଲିଯାତ୍ରାରେ ବୋଟିଂ ସୁବିଧା ମଧ୍ୟ ରହିଛି। ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟ କ୍ରମ ଆୟୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତି ବର୍ଷ ପରି ଏଥର ଓରମାସ ପକ୍ଷରୁ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି। ଓରମାସ ପରିସରରେ ୪୦୮ ଷ୍ଟଲ ଖୋଲାଯାଇଛି। ଏଥିରେ ୨୫ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ସ୍ଵଂୟ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି। 

ପରିବେଶ ପ୍ରଦୂଷଣ ସଂପର୍କରେ ସଚେତନା ବାର୍ତ୍ତା ବାଣ୍ଟିବା ଲାଗି  ପ୍ରଶାସନ ପକ୍ଷରୁ ମୋ ରିକ୍ସା ଓ ମୋ ସାଇକେଲ ଭଳି ଅଭିନବ କାର୍ୟ୍ୟ କ୍ରମ ହାତକୁ ନିଆଯାଇଛି। ରିକ୍ସା ଓ ସାଇକେଲ୍ ଚଢି ଦର୍ଶକ ବାଲିଯାତ୍ରାର ମଜା ନେଇ ପାରିବେ।

Subscribe

National International State Sports Entertainment