ତିନି ଓଡ଼ିଆଙ୍କୁ ୨୦୨୨ ଓ ୨୦୨୩ ବର୍ଷ ପାଇଁ ନାଟକ ଏକାଡେମୀ ପୁରସ୍କାର । ଏହି ପୁରସ୍କାର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଘୋଷଣା କରାଯାଇଛି । ସଙ୍ଗୀତ, ନୃତ୍ୟ, ନାଟକ, ଲୋକ ଓ ଆଦିବାସୀ କଳା, ପୁତୁଳି କଳା ଏବଂ ଆନୁଷଙ୍ଗିକ ଥିଏଟର ଭଳି କଳା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ମହାମହିମ ଦ୍ରୌପଦୀ ମୁର୍ମୁ ଏକ ସ୍ବତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରିବେ।
୨୦୨୨ ଓ ୨୦୨୩ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ୯୦ ଜଣ କଳାକାରଙ୍କୁ ଚୟନ କରାଯାଇଛି । ତାଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ରହିଛନ୍ତି ତେବେ ୨୦୨୨ବର୍ଷରେ ଓଡ଼ିଶୀ ନୃତ୍ୟ ପାଇଁ ନିରଞ୍ଜନ ରାଉତଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ସେହିପରି ୨୦୨୩ ବର୍ଷ ପାଇଁ ୨ଜଣ ଓଡ଼ିଆ ଏହି ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ତାଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟରେ ସ୍ନେହପ୍ରଭା ସାମନ୍ତରାୟ ଏବଂ ଓଡ଼ିଶୀ ସଂଗୀତରେ ସଙ୍ଗିତା ଗୋସାଇଁଙ୍କୁ ପୁରସ୍କାର ଦିଆଯିବ ।
ଅଧିକ ପଢନ୍ତୁ :ଆରମ୍ଭ ହେଲା ଦେବର କୁଣ୍ଡ ମେଳା