ଫୁଲବାଣୀ ଜିଲ୍ଲାର ପ୍ରସିଦ୍ଧ ମା ନାରାୟଣୀ ଠାକୁରାଣୀ ଯାତ୍ରା ଶେଷ ହେବା ପରେ ପରମ୍ପରା ଓ ବିଧି ମୁତାବକ ଯାତ୍ରା ପଡ଼ିଆରେ ସ୍ଥାପିତ ଶୁଭ ସ୍ତମ୍ଭକୁ ବାଜା ବାଜେଣା ଘଣ୍ଟ ଘଣ୍ଟା ବାଦ୍ୟ ବଜେଇ ଶୋଭାଯାତ୍ରାରେ ନେଇ ମା ନାରାୟଣୀ ମନ୍ଦିରରେ ପୁଣି ସ୍ଥାପିତ କରାଯାଇଛି। ପରିଚାଳନା କମିଟିର କର୍ମକର୍ତ୍ତା ଏହି ଶୁଭ ଖୁଣ୍ଟିକୁ ନାରାୟଣୀ ରୋଡର ସାଲୁଙ୍କୀ ନଦୀ କୂଳରେ ବିରାଜମାନ ମା ନାରାୟଣୀଙ୍କ ପୀଠକୁ ନେଇଥିଲେ। ସେଠାରେ ଯଥା ରୀତି ମୁତାବକ ପୂଜାର୍ଚ୍ଚନା ପରେ ନିର୍ଦ୍ଧିଷ୍ଟ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଛି। ମାଆଙ୍କ ପାଖରେ ଭୋଗରାଗ କରି ଶୁଭ କାମନା କରି କର୍ମକର୍ତ୍ତା ମାନେ ଫେରିଛନ୍ତି। ଏହା ସହିତ ବିଧିବଦ୍ଧ ଭାବେ ଶେଷ ହୋଇଛି ଚଳିତ ବର୍ଷର ମା ନାରାୟଣୀ ଠାକୁରାଣୀ ଯାତ୍ରା। ଆସନ୍ତା ଦୁଇ ବର୍ଷ ପରେ ପୁଣି ହେବ ମା ନାରାୟଣୀ ଠାକୁରାଣୀ ଯାତ୍ରା।
ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିଲା ଫୁଲବାଣୀର ମା' ନାରାୟଣୀ ଠାକୁରାଣୀ ଯାତ୍ରା । ଏକ ମାସ ଧରି ମା' ନାରାୟଣୀ ଠାକୁରାଣୀ ସବୁ ସ୍ଥାନରେ ଯାତ୍ରା କରିଥିଲେ । ଗତ ସପ୍ତାହରେ ବିଶାଳ ମେଲାଣି ପଟୁଆରରେ ମା ନାରାୟଣୀ ଠାକୁରାଣୀ ନିଜ ସ୍ଥାୟୀ ମନ୍ଦିରକୁ ଫେରିଥିଲେ । ମା'ଙ୍କର ଏହି ଯାତ୍ରାରେ ଘଣ୍ଟ,ଶଙ୍ଖ ବାଦ୍ୟରେ ପ୍ରକମ୍ପିତ ହୋଇଉଠିଥିଲା ସାରା ଅଞ୍ଚଳ ।