ନୂଆଦିଲ୍ଲୀ: ଭାରତବର୍ଷରେ ସାଧୁ ସନ୍ଥ ଭୀଷଣ ଗରମ ଏବଂ ଅସହ୍ୟ ଥଣ୍ଡାରେ ତପସ୍ୟାରେ ବସିଥିବା ସମସ୍ତେ ଜାଣିଥିବେ । କିନ୍ତୁ ଜଣେ ବିଦେଶିନୀ ୪୩ ଡିଗ୍ରୀ ତାପମାତ୍ରାରେ ଅଗ୍ନି ପରୀକ୍ଷା ଦେବା ହୁଏତ କେହିଁ ଜାଣି ନ ଥିବେ । ରାଜସ୍ଥାନରେ ଡହଡହ ଖରାରେ ୯ଟି ଧ୍ୱନୀ ମଝିରେ ବସି ତପସ୍ୟା କରୁଛନ୍ତି ଜଣେ ରୁଷୀୟ ମହିଳା । ଏହି ତପସ୍ୟା ୨୧ ଦିନ ଯାଏ ଜାରି ରହିବ । ଯାହା ଏବେ ସାରା ବିଶ୍ୱରେର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦୂର ଦୂରାନ୍ତରୁ ଏହି ବିଦେଶୀ ମହିଳାଙ୍କୁ ଦେଖିବାକୁ ଲୋକଙ୍କ ସୁଅ ଛୁଟୁଛି ।
ରାଜସ୍ଥାନ ପୁଷ୍କରରେ ନାଥ ସମ୍ପ୍ରଦାୟରେ ଏଭଳି କଠିନ ତପସ୍ୟା କରିବାକୁ ପଡ଼େ । ବିଦେଶୀ ମହିଳା ଜଣକ ୧୦ ବର୍ଷ ତଳେ ନାଥ ସମ୍ପ୍ରଦାୟରେ ଦୀକ୍ଷିତ ହୋଇଥିଲେ । ଏହା ପରେ ତାଙ୍କ ନାମ ରାଧିକା ଯୋଗିନୀ ଅନ୍ନପୂର୍ଣ୍ଣା ନାଥ ରଖାଯାଇଥିଲା । ସେ ନାଥ ସମ୍ପ୍ରଦାୟ ହିସାବରେ ନିଜର ଜୀବନ ଅତିବାହିତ କରନ୍ତି । ତେବେ ମେ ୩ରୁ ପୁଷ୍କରର ଛୋଟ ବସ୍ତିରେ ଶ୍ମଶାନରେ ଅଘୋରୀ ସୀତାରାମ ବାବାଙ୍କ ଆଶ୍ରମରେ ଅଗ୍ନି ପ୍ରଜ୍ଜ୍ୱଳନ କରାଯାଇଛି । ୯ଟି ଅଗ୍ନି ପ୍ରଜ୍ଜ୍ୱଳନ କରାଯାଇଛି । ଆଉ ସେହି 9ଟି ଧ୍ୱନୀର ମଝିରେ ବସି ତପସ୍ୟା କରୁଛନ୍ତି ବିଦେଶିନୀ । ନିଜ ଗୁରୁ ଦୀପକ ନାଥ ରମତେ ରାମଙ୍କ ସାନିଧ୍ୟରେ ସେ ଏହି ତପସ୍ୟା କରୁଛନ୍ତି ।
ପ୍ରତିଦିନ ୩ ଘଣ୍ଟା ୧୫ ମିନିଟ୍ ତପସ୍ୟା
ବିଦେଶିନୀ ଜଣକ ପ୍ରତିଦିନ ୩ ଘଣ୍ଟା ୧୫ ମିନିଟ୍ ଯାଏ ଅଗ୍ନିକୁଣ୍ଡ ମଝିରେ ବସି ସାଧନା କରିବେ । ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ଚାଲିବ । ୩ ମେ ରୁ ଆରମ୍ଭ ହୋଇଥିବା ଏହି ତପସ୍ୟା ୨୫ ମେରେ ଶେଷ ହେବ । ଅନ୍ତିମ ଦିନରେ ପୂର୍ଣ୍ଣ ଆହୁତି କରାଯିବ ଏବଂ ସେହି ଦିନ ଭଣ୍ଡାର ଅର୍ଥାତ ପ୍ରସାଦ ସେବନର ଆୟୋଜନ କରାଯିବ ।
ବିଧି ମୁତାବକ ପ୍ରତିଦିନ ତପସ୍ୟା କରାଯାଉଛି । ଗୁରୁ ଏବଂ ତାଙ୍କ ଶିଷ୍ୟା ତପସ୍ୟା ଆରମ୍ଭ କରିବା ପୂର୍ବରୁ ଦେହରେ ଭସ୍ମ ଲେପନ କରିବେ । ଏହା ପରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨.୧୫ ପର୍ଯ୍ୟନ୍ତ ଅଗ୍ନି କୁଣ୍ଡ ମଝିରେ ଯୋଗ ମୁଦ୍ରାରେ ବସିବେ । ଗୋବର ଘଷି ସେହି ଅଗ୍ନିକୁଣ୍ଡରେ ପକାଯିବ । ପ୍ରତିଦିନ ଘଷିର ମାତ୍ରା ବଢ଼ାଯିବ ଏବଂ ଅନ୍ତିମ ଦିନରେ ୧୦୮ଟି ଘଷି ପକାଯିବ ।
୧୭ ବର୍ଷେ ପୂର୍ବେ ଆସିଥିରେ ଭାରତ
ଅନ୍ନପୂର୍ଣ୍ଣା ୧୭ ବର୍ଷେ ପୂର୍ବେ ଭାରତ ଆସିଥିଲେ । ସନାତନ ଧର୍ମ ଏବଂ ଭାରତୀୟ ସଂସ୍କୃତି ତାଙ୍କୁ ବେଶ ଆକୃଷ୍ଟ କରିଥିଲା । ଏହା ପରେ ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲେ । ୧୦ ବର୍ଷ ପୂର୍ବେ ସେ ନାଥ ସମ୍ପ୍ରଦାୟ ସହିତ ଯୋଡ଼ି ହୋଇଥିଲେ । ସେ ଏବେବି ଟୁରିଷ୍ଟ ଭିସାରେ ଭାରତରେ ରହୁଛନ୍ତି । ସେ ୫୨ଟି ଶକ୍ତିପୀଠ ଯାତ୍ରାରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସମେତ ପଡ଼ୋଶୀ ରାଷ୍ଟ୍ର ମାନଙ୍କରେ ଥିବା ୩୫ଟି ଶକ୍ତିପୀଠ ଭ୍ରମଣ କରିସାରିଛନ୍ତି ।
୧୭ ବର୍ଷେ ପୂର୍ବେ ଆସିଥିଲେ ଭାରତ