ବଲାଙ୍ଗିର: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁ ଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଦେବୀଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଲାଣି । ପ୍ରାଥମିକ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାରେ ପାଟଣା ମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସର ନୂଆଁ ଖାଇ ଲଗ୍ନ ସ୍ଥିରୀକୃତ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସକାଳ ୯ଟା ୩୬ ମିନିଟରୁ ୧୦ଟା ୧୦ ମିନିଟ ଯାଏଁ ଅମୃତ ବେଳା ରହିଛି । ଏହି ସମୟ ମଧ୍ୟରେ ମା ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ । ଏହା ପରେ ସମସ୍ତେ ନବାନ୍ନ ଖାଇବେ ।
ଶୈଳଶ୍ରୀ ପ୍ୟାଲେସ ସ୍ଥିତ ପାଟଣା ମହାରାଜାଙ୍କ ହାଉସହୋଲ୍ ଅଫିସ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୫ରେ ବଲାଙ୍ଗିର ଜିଲ୍ଲାରେ ନୂଆଁ ଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ତଥା ରାଜପୁରୋହିତଙ୍କ ସିଦ୍ଧାନ୍ତକ୍ରମେ ପୂର୍ବତନ ପାଟଣାଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ମା' ପାଟଣେଶ୍ଵରୀ ଓ ମା'ସମଲେଶ୍ଵରୀଙ୍କ ରାଶି ନକ୍ଷତ୍ର ଓ ପୂର୍ବ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ୧୫ ତାରିଖ ମଙ୍ଗଳବାର ବିଶୁଦ୍ଧ ତୁଳା ଲଗ୍ନେ ଅମୃତ ବେଳାରେ ସକାଳ ୯ଟା ୩୬ରୁ ସକାଳ ୧୦ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ। ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ କମିଟି ପକ୍ଷରୁ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ଏ ନେଇ ବଲାଙ୍ଗିର ଶୈଳଶ୍ରୀ ପଲେସସ୍ଥିତ ପାଟଣା ମହାରାଜାଙ୍କ ହାଉସ୍ ହୋଲ୍ମ ଅଫିସ ପକ୍ଷରୁ ରାଜପୁରୋହିl ସନ୍ତୋଷ କୁମାର ଦାଶ ଜ୍ୟୋତିଷ ଭଗବାନ ମୋହନ ମିଶ୍ର ସୂଚ ସୂଚନା ଦେଇଛନ୍ତି।