ଆଜି ଗୁଡ୍ ଫ୍ରାଇଡେ । ଏହା ହେଉଛି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ । ମାନବ ଜାତି ପାଇଁ ପ୍ରଭୁ ଯୀଶୁଙ୍କ ବଳିଦାନ ଅବର୍ଣ୍ଣନୀୟ । ପ୍ରଭୁ ଯୀଶୁଙ୍କ ସେହି ବଳିଦାନକୁ ମନେ ପକାଇବା ପାଇଁ ସାରା ଭାରତ ବର୍ଷରେ ଏହି ପବିତ୍ର ପର୍ବ ପାଳନ କରାଯାଉଛି । ବିଶେଷ କରି ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ଏହି ପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି । ଗୁଡ୍ ଫ୍ରାଇଡେ ନାମ ଶୁଣିଲେ କେହି କେହି ଭାବୁଥିବେ ଏହା ଏକ ଉତ୍ସବ । କିନ୍ତୁ ବାସ୍ତବରେ ଏହା କୌଣସି ଉତ୍ସବ ନୁହେଁ ବରଂ ଏହା ଏକ ଶୋକର ଦିବସ ।
ଏହି ଦିନ ପ୍ରଭୁ ଯୀଶୁଙ୍କ ମୃତ୍ୟୁ ଓ ତାଙ୍କ ବଳିଦାନକୁ ମନେ ପକାଇ ଶୋକ ପାଳନ କରାଯାଇଥାଏ । ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାନ୍ତି । କୁହାଯାଏ ୟିହୁଦି ଶାସକମାନେ ଇସା ମସିହାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଶୁଳିରେ ଚଢ଼ାଇଥିଲେ । ସେହି ଦିନ ଶୁକ୍ରବାର ପଡିଥିଲା । ମାନବ ଜାତିର ମଙ୍ଗଳ ପାଇଁ ଇସା ମସିହା ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ।
ତେଣୁ ଏହି ଶୁକ୍ରବାରକୁ ଇସାଇ ଧର୍ମର ଲୋକେ ଗୁଡ୍ ଫ୍ରାଇଡେ ଭାବେ ପାଳନ କରିଥାନ୍ତି। ଯୀଶୁଙ୍କର ଏହି ବଳିଦାନକୁ ମନେ ପକାଇବା ପାଇଁ ଗୁଡ୍ ଫ୍ରାଇଡେ ପର୍ବ ପାଳନ କରାଯାଉଛି । ମୃତ୍ୟୁ ପୂର୍ବରୁ ଯୀଶୁଙ୍କ ମୁହଁରୁ କେବେଳ ଗୋଟିଏ ଶବ୍ଦ ବାହାରିଥିଲା ତାହା ହେଉଛି ‘ହେ ଇଶ୍ୱର ଏମାନଙ୍କୁ କ୍ଷମା କରିଦେବ, କାରଣ ଏମାନେ ଜାଣିନାହାନ୍ତି କ’ଣ କରୁଛନ୍ତି ।’