ଦଣ୍ଡ ଯାତ୍ରା ପାଇଁ ଚଳଚଞ୍ଚଳ ଫୁଲବାଣୀ । ଆଧ୍ୟାତ୍ମିକ ପରିବେଶରେ ଆରମ୍ଭ ହେଲା ମା ଭୈରବୀ ଗୁହାରିଆ ଦଣ୍ଡ ଯାତ୍ରା। ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଯାଇଛି ଦଣ୍ଡ ଯାତ୍ରା । ମାନସିକଧାରୀମାନେ ଏକ ଓଳା ଭୋଜନ ଗ୍ରହଣ କରି ନିଷ୍ଠାରେ ସହ ରହୁଛନ୍ତି । ରାଜ୍ୟରେ କିଛି ସ୍ଥାନରେ ଦଣ୍ଡଯାତ୍ରା ପାଳନ କରାଯାଉଥିଲାବେଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ଗୁମାଗଡ଼ର ପ୍ରସିଦ୍ଧ ଦଣ୍ଡ ନୃତ୍ୟ ଆରମ୍ଭ ହୋଇଯାଇଛି । ଗୁମାଗଡ଼ର ପ୍ରସିଦ୍ଧ ଦଣ୍ଡ ନୃତ୍ୟ ଓଁ ଶ୍ରୀ ଶ୍ରୀ ଶ୍ରୀ ବାବା ମହାକାଳ ମା ଭୈରବୀ (ଅଗ୍ନି) ଗୁହାରିଆ ଦଣ୍ଡ ଫୁଲବାଣୀ ସ୍ଥିତ ପିଅନପଡା ଅଞ୍ଚଳର ଭଞ୍ଜସାହିରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l
ଏହି ଦଣ୍ଡ ର ମୁଖ୍ୟ ବିଶେଷତ୍ଵ ହେଲା ଏଥିରେ ଅଂଶଗ୍ରହଣ କରିଥିବା ସେବାୟତ ଦଣ୍ଡୁଆ ମାନେ ଅଗ୍ନିରେ ଚାଲନ୍ତି l ଏହି ପାରମ୍ପରିକ ଦଣ୍ଡ ଯାତ୍ରା ଗତ ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୧୩ ଦିନ ମା ଭୈରବୀ ଓ ଦେବଦେବ ମହାକାଳ ୧୩ ଭୁକୁତା ଓ ମାନସିକ ପୂରଣ ନିମନ୍ତେ ପଇତା ଧାରି ସେବାୟତଙ୍କ ସହ ଭକ୍ତ ମାନଙ୍କ ଘରକୁ ଯାତ୍ରା କରିଥାନ୍ତି।
ଦଣ୍ଡ ନୃତ୍ୟ ପାଇଁ ସମସ୍ତ ଦଣ୍ଡୁଆ ପ୍ରତ୍ୟେକ ଦିନ ଏକ ଓଳା ଭୋଜନ ଗ୍ରହଣ କରିଥାନ୍ତି । ଦିନ ୧୨ ଘଣ୍ଟିକା ପରେ ଭକ୍ତଙ୍କ ଘର ସମ୍ମୁଖରେ ଧୂଳି ଦଣ୍ଡ ଅନୁଷ୍ଠିତ ହୁଏ ସେହି ସମୟରେ ପଇତା ଧାରିକୁ ମାନସିକ ଭକ୍ତ ମାନେ ବିଭିନ୍ନ ଦଣ୍ଡ ଗ୍ରହଣ କରି ସେବା କରିବା ସହ କଳାକାର ବହୁତ୍ ସୁନ୍ଦର ଅଭିନୟ ସହ ନୃତ୍ୟ କରିଥାନ୍ତି। ମାଙ୍କୁ ବରଣ କରିବା ପରେ ଭକ୍ତ ଦାଣ୍ଡରେ ମାଙ୍କ ଦଣ୍ଡ ନାଚ କରିଥାନ୍ତି ଦଣ୍ଡୁଆମାନେ।
ପୁରାଣ ଶାସ୍ତ୍ର ଅନୁସାରେ ପୁରାତନ ଲୋକ ପରମ୍ପରାକୁ ନାଚ ଗୀତ ମାଧ୍ୟମରେ ପରିବେଷଣ କରାଯାଇଥାଏ। ସନ୍ଧ୍ୟା ସମୟରେ ପାଣି ଦଣ୍ଡ ଅନୁଷ୍ଠିତ ହୁଏ ଅର୍ଥାତ୍ ସମସ୍ତେ ନଦୀ, ବନ୍ଧ ତୋଠରେ ନିଜେ ସ୍ନାନ ହେବା ସହ ଦେବା ଦେବୀଙ୍କୁ ସ୍ନାନ କରାଇଥାନ୍ତି ସେଠାରେ ରୀତି ନୀତି ଅନୁଯାୟୀ ପୂଜା ପାଠ କରାଯିବା ପରେ ପୂଜାରୁ ଆସିଥିବା ପାଦୁକା ସାହାଯ୍ୟରେ ପଣା ପ୍ରସ୍ତୁତ କରାଯାଇ ପଣା ପିଇଥାନ୍ତି । ସନ୍ଧ୍ୟା ଆଳତି ପରେ ଶବ୍ଦ ଭୋଜନ ପ୍ରସ୍ତୁତ ହୁଏ ଓ ବିଳମ୍ବିତ ରାତିରେ ସମସ୍ତ ଦଣ୍ଡୁଆ ଭୋଜନ କରିଥାନ୍ତି । ଯାହା ସହରର ସାହି ସାହିରେ ଢୋଲ ମହୁରି ଶବ୍ଦର ତାଳେ ତାଳେ ଦଣ୍ଡ ନାଚ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। ଦଣ୍ଡ ଯାତ୍ରାର ଢୋଲ, ତୁରୀ, ବାଜା ସହିତ ଝୁଣା ବାସ୍ନାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନସାଧାରଣ ଯାତ୍ରା ଉପଭୋଗ କରୁଥିବା ଦେଖିବାକୁ ମିଳୁଛି।