ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଝାମୁ ଯାତ୍ରା ପାଳନ ହୋଇଯାଇଛି। ରବିବାର ମହା ସମାରୋହରେ ମାଙ୍କ ପୀଠରେ ପଣାସଂକ୍ରାନ୍ତି ଏବଂ ପବିତ୍ର ଝାମୁଯାତ୍ରା ପାଳନ କରାଯାଇଛି।ଓଡ଼ିଆ ନବବର୍ଷ ଅବସରରେ ଆଜି ଭୋର୍ ୪ଘଟିକା ସମୟରେ ମନ୍ଦିର ପହଡ଼ ଖୋଲବା ପରେ ମା ଙ୍କ ମଙ୍ଗଳ ଆଳତି କରାଯାଇ ମାର୍ଜନା କରାଯାଇଥିଲା।ଏହାପରେ ସକାଳ ୫ଘଟିକା ପରଠାରୁ ମାଙ୍କୁ ଭକ୍ତ ମାନେ ଦର୍ଶନ କରିଥିଲେ।
ଆଜି ମା ଶାରଳାଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।। ଭିଡ ନିୟନ୍ତ୍ରଣ ଏବଂ ପ୍ରଚଣ୍ଡ ରୁଦ୍ର ତାପରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଦିନ ୧ଘଟିକା ସମୟରେ ମା ଶାରଳାଙ୍କ ଚଳତି ପ୍ରତିମାକୁ ଏକ ଶୋଭା ଯାତ୍ରାରେ ବାହାର କରି ଘଣ୍ଟ ପାଟୁଆ ମାନଙ୍କ ସହ ମା ଙ୍କ ପୂରାତନ ପୀଠ ନଣ୍ଡା ଦେଉଳରେ ପହଞ୍ଚିଥିଲେ। ସେଠାରେ ମାଙ୍କ ଝାମୁ ଖେଳ କରାଯାଇ ଥିଲା। ଏହାପରେ ଘଣ୍ଟ ପାଟୁଆ ମାନେ ଅଗ୍ନି ମଧ୍ୟରେ ଚାଲି ମାଙ୍କ ଘଟ ବିସର୍ଜନ କରାଇଥିଲେ। ଆଜି ମା ଙ୍କ ଏହି ପର୍ବରେ ମନ୍ଦିରରେ ପହୁଡ ପଡ଼ି ନଥାଏ। ଆଜି ଦିନରେ ମା ଦିନ ସାରା ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।