ଧୋନୀ ମାରିଲେ ମୋହର, କୋହଲି ପୂର୍ବରୁ ହିଁ ‘ମହାନତମ’ ହେବାର ନିକଟତର ପହଞ୍ଚି ଯାଇଛନ୍ତି
Khabar Odisha:virat-kohli-is-already-close-to-being-a-legend-says-ms-dhoni
ମୁମ୍ଵାଇ,ଅଗଷ୍ଟ୦୭(ଖବର ଓଡ଼ିଶା):

ବିରାଟ କୋହଲି ଉଦୀୟମାନ ଯୁବ କ୍ରିକେଟର ହେବା ସମୟରେ ଭାରତୀୟ ଦଳର ଅଧିନାୟକ ରହିଥିବା ମହେନ୍ଦ୍ର ସିଂହ ଧୋନୀ ମଙ୍ଗଳବାର  କହିଛନ୍ତି ଯେ ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ଗତ କିଛି  ବର୍ଷରେ ଯେଉଁଭଳି ଦମଦାର ପ୍ରଦର୍ଶନ କରିଛନ୍ତି  ଏଥିରେ ସେ ‘ମହାନତମ’ ହେବାର ନିକଟତର ପହଞ୍ଚି ଯାଇଛନ୍ତି।  ଧୋନୀ ଏଠାରେ ଏକ କାର୍ୟ୍ୟକ୍ରମ ସମୟରେ କହିଛନ୍ତି ଯେ କୋହଲି ସେହି ସମୟରେ ଶିଖରେ ପହଞ୍ଚି ଯାଇଛନ୍ତି ଯେଉଁଠି ସେ ମହାନତମ ହେବାର ନିକଟତର ଅଛନ୍ତି। ଏଥିପାଇଁ ମୁଁ ବହୁତ ଖୁସି ଥିବା ଧୋନୀ କହିଛନ୍ତି। ଯେଉଁଭଳି ସେ ଗତ କିଛି ବର୍ଷରେ ପ୍ରତ୍ୟେକ ଦେଶରେ ଭଲ ପ୍ରଦର୍ଶନ କରୁଛନ୍ତି ତାହା ଚତ୍ମକାର ରହିଛି। 

ଧୋନୀ  ଏକ ସମୟ ନିଜର ଉପଅଧିନାୟକ ଥିବା କୋହଲିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। କୋହଲି ନିଜର ପ୍ରାରମ୍ଭିକ କ୍ରିକେଟ୍ ଧୋନୀଙ୍କ ଅଧିନାୟକତ୍ଵରେ ଖେଳିଛନ୍ତି ଏବଂ ଏକ ପ୍ରତିଭାଶାଳୀ କିଶୋରରୁ ବିଶ୍ଵର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ନିଜର ୧୪୯ ରନ ପାଳିରେ ଭାରତୀୟ ଅଧିନାୟକ ଶେଷ କିଲ୍ଲା ଜିତିଥିଲେ। କାରଣ ଏହା ପୂର୍ବରୁ କୋହଲି  ଇଂଲଣ୍ଡରେ ଗୋଟିଏ ମଧ୍ୟ ଶତକ କରିପାରିନଥିଲେ। ଧୋନୀ ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଯେ କୋହଲି ଦଳକୁ ଆଗକୁ ନେଇ ଯାଉଛନ୍ତି। 

ଏହି ତାରକା ବ୍ୟାଟସମ୍ୟାନ ନିଜର କ୍ରିକେଟ୍ ଭବିଷ୍ୟତକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ଉପରେ ମଧ୍ୟ ବିରାମ ଲଗାଇ ସ୍ପଷ୍ଟ କରିଛନ୍ତି ଯେ ଇଂଲଣ୍ଡରେ ୨୦୧୯ରେ ହେବାକୁ ଥିବା  ବିଶ୍ଵ କପ୍ ପର୍ୟ୍ୟନ୍ତ ସେ କୌଣସି ନିଷ୍ପତ୍ତି ନେଉନାହାନ୍ତି। ଇଂଲଣ୍ଡ ବିପକ୍ଷରେ ଗତ ମାସରେ ଖେଳାଯାଇଥିବା ଅନ୍ତିମ ଦିନିକିଆ ପରେ ଧୋନୀ ଅମ୍ପାୟାରଙ୍କଠୁ ମ୍ୟାଚରେ ବ୍ୟବହୃତ ବଲ ନେଇଥିଲେ। ଏହା ପରଠୁ ତାଙ୍କର ସନ୍ନ୍ୟାସକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ମାତ୍ର ସେ ମଙ୍ଗଳବାର ଖୁଲାସା କରିଛନ୍ତି ଯେ ସେ ଆଗାମୀ ବର୍ଷ ହେବାକୁ ଥିବା ମତହ୍ଵପୂର୍ଣ୍ଣ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିଲେ। 

ଧୋନୀ କହିଛନ୍ତି ଯେ  ମୁଁ ବଲ ଏଥିପାଇଁ ମାଗିଲି କାରଣ ମୁଁ ଦେଖିବାକୁ ଚାହୁଁଥିଲି ଯେ ଆମକୁ କଣ ପାଇଁ ପର୍ୟ୍ୟାପ୍ତ ରିଭର୍ସ ସ୍ଵିଙ୍ଗ ମିଳୁନଥିଲା। ଆଗାମୀ ବର୍ଷ ଆମକୁ ଇଂଲଣ୍ଡରେ ବିଶ୍ଵ କପ ଖେଳିବାର ଅଛି ଏବଂ ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଆମକୁ ରିଭର୍ସ ସ୍ଵିଙ୍ଗ୍ ମିଳୁ। ଯଦି ବିରୋଧୀ ଦଳକୁ ରିଭର୍ସ ସ୍ଵିଙ୍ଗ ମିଳୁଛି ତେବେ ଆମକୁ ମଧ୍ୟ ମିଳିବା ଉଚିତ୍। 

ଧୋନୀ କହିଛନ୍ତି ଯେ ପାଳି ଶେଷ ହେବା ପରେ ଆଇସିସି ପାଇଁ ବଲ ଅନୁପଯୋଗୀ ହୋଇଯାଇଥାଏ। ଏଥିପାଇଁ ମୁଁ ଅମ୍ପାୟାରକୁ ଅନୁରୋଧ କଲି ଯେ କଣ ମୁଁ ବଲ ନେଇ ପାରିବି। ଏହା ପରେ ମୁଁ ବଲକୁ କୋଚକୁ ଦେଇଥିଲି। 

  • Tags:

Subscribe

National International State Sports Entertainment