ବିସିସିଆଇ ସହ ସୁପ୍ରିମକୋର୍ଟ ସହମତ, ଆଦେଶକୁ ଅବଜ୍ଞା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
Khabar Odisha:supreme-court-agreed-bcci-draft-constitution-with-some-changes
ନୂଆଦିଲ୍ଲୀ,ଅଗଷ୍ଟ ୦୯ (ଖବର ଓଡିଶା):

ଉଚ୍ଚତମ ନ୍ୟାୟାଳୟ ବିସିସିଆଇ ସମ୍ବିଧାନ ଡ୍ରାଫ୍ଟର କିଛି ଅଂଶ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପୁରୁଣା ଆଦେଶକୁ ସଂଶୋଧିତ କରି ସୌରାଷ୍ଟ୍ର, ବଡୋଦରା, ମୁମ୍ବାଇ ଏବଂ ବିଦର୍ଭ କ୍ରିକେଟ ଆସୋସିଏସନକୁ ପୂର୍ଣ୍ଣ ସଦସ୍ୟତାକୁ ମଞ୍ଜୁରୀ ଦେଇଛନ୍ତି ।

ଗୋଟିଏ ଭୋଟ୍ ଗୋଟିଏ ରାଜ୍ୟ ନୀତିରେ ଉଚ୍ଚତମ ନ୍ୟାୟାଳୟ ଏହି ସଂଶୋଧନ ଜରିଆରେ ରେଲୱେ, ସେନା ଏବଂ ବିଶ୍ୱବିଦ୍ୟାଳୟକୁ ମଧ୍ୟ ପୂର୍ଣ୍ଣ ସଦସ୍ୟତା ପ୍ରଦାନ କରିଛନ୍ତି । ଏତଦ ବ୍ୟତୀତ ରାଜ୍ୟ କ୍ରିକେଟ ସଙ୍ଘ ୩୦ଦିନ ଭିତରେ ବିସିସିଆଇର ସମ୍ବିଧାନକୁ ଆପଣେଇବା ପାଇଁ କହିଛନ୍ତି ।

ଉଚ୍ଚତମ ନ୍ୟାୟାଳୟ ତାମିଲନାଡୁର ରେଜିଷ୍ଟର ଅଫ ସୋସାଇଟିଜରୁ ବିସିସିଆଇ ଦ୍ୱାରା ସ୍ୱୀକୃତ ସମ୍ବିଧାନକୁ ଚାରି ସପ୍ତାହ ମଧ୍ୟରେ ରେକର୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ଏବଂ ରାଜ୍ୟ କ୍ରିକେଟ ସଙ୍ଘକୁ ସମସ୍ତ ଆଦେଶର ପାଳନ ନକଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି ।

  • Tags:

Subscribe

National International State Sports Entertainment