ଫେବ୍ରୁଆରୀରେ ଭାରତ ଆସିବ ଅଷ୍ଟ୍ରେଲିଆ, ଦିନିକିଆ ଏବଂ ଟି-୨୦ ସିରିଜରେ ଉଭୟ ଦଳ ହେବେ ମୁହାଁମୁହିଁ
Khabar Odisha:sports-odisha-cricket-india-austrellia
ନୂଆଦିଲ୍ଲୀ, ଜାନୁଆରୀ ୧୧(ଖବର ଓଡିଶା):

ଅଷ୍ଟ୍ରେଲିଆ ସୀମିତ ଓଭର ମ୍ୟାଚ ଖେଳିବା ପାଇଁ ଭାରତ ଆସିବ । ପ୍ରଥମେ ଏହି ଭ୍ରମଣକାରୀ ଦଳ ଟିମ୍ ବ୍ଲୁ ସହ ଟି-୨୦ ସିରିଜ ଖେଳିବ ।  ଏହି ସିରିଜର ପ୍ରଥମ ମ୍ୟାଚ ପେବ୍ରୁଆରୀ ୨୪ରେ ବାଙ୍ଗାଲୋରରେ ଖେଳାଯିବା । ଏହାପରେ ୨୭ରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ରେ ଉଭୟ ଦଳ ପରସ୍ପରକୁ ବିଶାଖାପାଟନାରେ ଭେଟିବେ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । 

ଏହା ସହ ଦିନିକିଆ ସିରିଜ ଅନୁଷ୍ଠିତ ହେବ  । ଯାହାର ପ୍ରଥମ ମ୍ୟାଚ ମାର୍ଚ୍ଚ ଦୁଇ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ । ଏହା ପରେ ମାର୍ଚ୍ଚ ୫ରେ ନାଗପୁରରେ ଦ୍ୱିତୀୟ ଦିନିକିଆ, ୮ ତାରିଖ ରାଂଚିରେ ତୃତୀୟ ଏବଂ ୧୦ ତାରିଖରେ ମୋହାଲିରେ ଚତୁର୍ଥ ଦିନିକିଆ ଖେଳାଯିବା । ଏହା ସହ ୧୩ରେ ନୂଆଦିଲ୍ଲୀରେ ପଂଚମ ତଥା ଶେଷ ଦିନିକିଆ ଖେଳାଯିବ ।  

ଗତକାଲି  ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା । ବୋର୍ଡର କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧରୀ ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଅଷ୍ଟ୍ରେଲିଆ ପାଇଁ ଏହି ସିରିଜ ବିଶ୍ୱକପ ପୂର୍ବରୁ ଶେଷ ଅନ୍ତରାଷ୍ଟ୍ରୀୟ ଗସ୍ତ ହେବ । କାରଣ ମେ ୩୦ରୁ ଇଂଲଣ୍ଡରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଭାରତ କିନ୍ତୁ ଏହି ସିରିଜ ପରେ ଘରୋଇ ସିରିଜ ଖେଳିବା ସହ ଅଧିକାଂଶ ଖେଳାଳି ଆଇପିଏଲରେ ଭାଗ ନେବେ । 

Subscribe

National International State Sports Entertainment