ଦିନିକିଆ ସିରିଜରେ ଇଂଲଣ୍ଡକୁ ମୂଳପୋଛ କଲେ ଶୀର୍ଷରେ ପହଞ୍ଚିବ ଭାରତ
Khabar Odisha:india-have-chance-to-overtake-england-and-grab-top-odi-spot
ଦୁବାଇ,ଜୁଲାଇ୧୦(ଖବର ଓଡ଼ିଶା):

ଭାରତୀୟ ଦଳ ଜୁଲାଇ ୧୨ରୁ ଆରମ୍ଭ ହେବାକୁ ଥିବା ତିନିଟିକିଆ ମ୍ୟାଚ୍ ଦିନିକିଆ ସିରିଜରେ ଯଦି ଇଂଲଣ୍ଡକୁ ୩-୦ରେ ପରାସ୍ତ କରେ ତେବେ ଦଳ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହେବ। 

ଇଂଲଣ୍ଡ ଓ ଭାରତ ବର୍ତ୍ତମାନ ଦିନିକିଆ ମାନ୍ୟତାରେ କ୍ରମଶଃ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଗୁରୁବାର ନର୍ଟିଂଘମରେ ଖେଳାଯିବ। ଏହି ମ୍ୟାଚରୁ ଏକ ମାସ ପର୍ୟ୍ୟନ୍ତ ବିଭିନ୍ନ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚର ଆରମ୍ଭ ମଧ୍ୟ ହେବ। ଏହି ସମୟରେ ମୋଟ୍ ୧୦ଟି ଟିମ୍ ଏହି ଫର୍ମାଟରେ ମ୍ୟାଚ୍ ଖେଳିବେ। 

ଇଂଲଣ୍ଡକୁ ଟି-୨୦ ସିରିଜରେ ୨-୧ରେ ପରାଜିତ କରିଥିବା ଭାରତ ମେ ୨ରେ ବାର୍ଷିକ ଅପଡେଟ୍ ପରେ ଶୀର୍ଷ ସ୍ଥାନ ହରାଇଥିଲା। ମାତ୍ର ଏବେ ଦଳ ପାଖରେ ଇଂଲଣ୍ଡକୁ ହଟାଇ ଶୀର୍ଷ ସ୍ଥାନ କବଜା କରିବାର ସୁଯୋଗ ରହିଛି। 

ଆଇସିସିର ବିଜ୍ଞପ୍ତି ମୁତାବକ ଏଥିପାଇଁ ଭାରତ ଇଂଲଣ୍ଡକୁ ୩-୦ରେ ପରାସ୍ତ କରିବାକୁ ପଡ଼ିବ। ଅନ୍ୟ ପଟେ ଇଂଲଣ୍ଡ ଯଦି ଭାରତକୁ ୩-୦ରେ ପରାଜିତ ତେବେ ଦଳ ଶୀର୍ଷ ସ୍ଥାନରେ ନିଜର ସ୍ଥାନକୁ ମଜଭୁତ କରି ପାରିବ। ଦଳର ମାନ୍ୟତାରେ ୧୦ ଅଙ୍କ ବୃଦ୍ଧି ପାଇବ। 

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଜୁଲାଇ ୧୭ରେ ସମାପ୍ତ ହେବ। ଏହା ମଧ୍ୟରେ ଜିମ୍ବାଓ୍ଵେ ନିଜ ମାଟିରେ ପାକିସ୍ତାନ ବିପକ୍ଷରେ ୫ ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଆୟୋଜନ କରିବ। ଏହି ମ୍ୟାଚ୍ ଜୁଲାଇ ୧୩ ରୁ ଜୁଲାଇ ୨୨ ପର୍ୟ୍ୟନ୍ତ ଖେଳାଯିବ। ଏହି ପରି ଓ୍ଵେଷ୍ଟଇଣ୍ଡିଜ୍ ଜୁଲାଇ ୨୨ ରୁ ୨୮ ମଧ୍ୟରେ ବାଂଲାଦେଶ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। 

ଏହି ପରି ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକା ମାଟିରେ ଜୁଲାଇ ୨୯ରୁ ଅଗଷ୍ଟ ୧୨ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଅପର ପକ୍ଷେ ନେଦରଲାଣ୍ଡ ନିଜ ମାଟିରେ ନେପାଳ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ। ନେପାଳ ଅଗଷ୍ଟ ୧ରେ ନେଦରଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚରେ ପଦାର୍ପଣ କରିବ। 

  • Tags:

Subscribe

National International State Sports Entertainment