ଏସିଆ କପ: ଦୁବାଇ ପହଞ୍ଚିଲେ ଧୋନୀ-ରୋହିତ, ଦଳର ପ୍ରଥମ ମୁକାବିଲା ୧୮ରେ
Khabar Odisha:asia-cup-rohit-sharma-odi-team-dubai-
ମୁମ୍ବାଇ, ସେପ୍ଟେମ୍ବର୧୩(ଖବର ଓଡ଼ିଶା):

ଭାରତୀୟ ଦଳର ସୀମିତ ଓଭର ବିଶେଷଜ୍ଞ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ଓ ରୋହିତ ଶର୍ମାଙ୍କ ସହିତ ଅନେକ ଖେଳାଳି  ଏସିଆ କପରେ ଯୋଗ ଦେବା ପାଇଁ ଦୁବାଇରେ ପହଞ୍ଚିଛନ୍ତି। ୧୦ ଖେଳାଳିଙ୍କୁ ନେଇ   ପ୍ରଥମ ଦଳ  ଗୁରୁବାର ମୁମ୍ବାଇରୁ ଦୁବାଇ ଯାତ୍ରା କରିଥିଲେ। ଅନ୍ୟ ପଟେ ଇଂଲଣ୍ଡରୁ ଫେରିଥିବା ଖେଳାଳିଙ୍କୁ ଦୁଇ ଦିନର ବିଶ୍ରାମ ଦିଆଯାଇଛି।

ଅଲରାଉଣ୍ଟର କେଦାର ଯାଦବ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ରୋହିତ, ଧୋନୀ, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ସହିତ ଫଟୋ ପୋଷ୍ଟ କରିଛନ୍ତି। ଯାଦବ ହ୍ୟାମଷ୍ଟ୍ରିଙ୍ଗ ଆହତ କାରଣରୁ ହୋଇଥିବା ସର୍ଜରୀ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଇପିଏଲ ସମୟରେ ସେ ଆହାତ ହୋଇଥିଲେ। 

ବିସିଆଇ ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି ଯେ ଏସିଆ କପ ପାଇଁ କିଛି ଖେଳାଳି ଦୁବାଇ ଯାତ୍ରା କରିଛନ୍ତି। ବାକି ଖେଳାଳି ମଧ୍ୟ ଶୀଘ୍ର ତାଙ୍କ ସହିତ ଯୋଗ ଦେବେ। ଚହଲ ଓ କୁଲଦୀପ ଧୋନୀଙ୍କ ସହିତ ଫଟୋ ପୋଷ୍ଟ କରିଛନ୍ତି। ଭାରତୀୟ ଦଳ ନିଜର ଅଭିଯାନ ସେପ୍ଟେମ୍ବର ୧୮ ରୁ ହଂକକଂଗ ବିରୋଧରେ କରିବ। ଏହା ପରେ ସେପ୍ଟେମ୍ବର ୧୯ରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନ ସହ ଭାରତର ମୁକାବିଲା ହେବ। 

  • Tags:

Subscribe

National International State Sports Entertainment