ଏସୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ଭାଗ ନେଲେ ଭାଲିନା ଓ ପାୟଲ ବରାଳ
Khabar Odisha:Valina-and-Payal-of-Odisha-join-in-Asian-Karate-Competition

ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା): ଜୋର୍ଡାନ ଠାରେ ଜୁଲାଇ ୧୦ରୁ ଆରମ୍ଭ ହୋଇଥିବା ଏସୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଖେଳାଳି ଭାଲିନା ଭୋଲେଣ୍ଟିନା ଓ ପାୟଲ ବରାଳ ଭାଗ ନେଇଛନ୍ତି। ଜୁଲାଇ ୧୪ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ଭାଲିନା ମହିଳା କାଟା ପ୍ରତିଯୋଗିତାରେ ଓ ପାୟଲ ମହିଳା ୨୮ କିଲୋ ଫାଇଟ୍‌ରେ ଭାଗ ନେଇଛନ୍ତି। 

ଗତ ଥର ସିନିୟର ଜାତୀୟ କରାଟେ ପ୍ରତିଯୋଗିତାରେ ସେମାନେ ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଏହି ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି। ଓଡ଼ିଶାର ଏହି ୨ ପ୍ରତିଯୋଗୀଙ୍କୁ ରାଜ୍ୟ କରାଟେ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

  • Tags:

Subscribe

National International State Sports Entertainment