ଫିଫା ବିଶ୍ୱକପ: ପ୍ରଥମ ସେମିଫାଇନାଲ ଆଜି, ଫ୍ରାନ୍ସ-ବେଲଜିୟମ ମଧ୍ୟରେ ମୁକାବିଲା
Khabar Odisha:FIFA-World-Cup-Semifinal-clash-today

ମସ୍କୋ, ଜୁଲାଇ ୧୦ (ଖବର ଓଡ଼ିଶା): ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଫ୍ରାନ୍ସ ଓ ବେଲଜିୟମ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । କାରଣ ଉଭୟ ଦଳ କ୍ୱାର୍ଟରଫାଇନାଲ ମ୍ୟାଚରେ କଡ଼ାମୁକାବିଲା କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । 

ବିଶ୍ୱକପ ସେମିଫାଇନାଲକୁ ଗୋଟିଏ ବି ଦକ୍ଷିଣ ଆମେରିକୀୟ ଟିମ ଆସି ପାରି ନାହାନ୍ତି । ବ୍ରାଜିଲ ଓ ଉରୁଗୁଏଙ୍କୁ ସେମିଫାଇନାଲରେ ସ୍ଥାନ ମିଳିିବାର ଥିଲା କିନ୍ତୁ ଏହା ହୋଇପାରି ନାହିଁ । ଉଭୟ ଟିମ ମଧ୍ୟରେ କଡ଼ା ମୁକାବିଲା ହେବ । ଫ୍ରାନ୍ସ ଏକ ସନ୍ତୁଳିତ ଟିମ ଭାବରେ ଫିଫା ବିଶ୍ୱକପରେ ଉଭା ହୋଇଥିବା ବେଳେ ବେଲଜିୟମ ମଧ୍ୟ ଏକ ଶକ୍ତିଶାଳୀ ଟିମ ବୋଲି ନିଜକୁ ପ୍ରମାଣିତ କରିଛି । କ୍ୱାର୍ଟର ଫାଇନାଲରେ ମଜବୁତ ଟିମକୁ ପରାସ୍ତ କରିବା ପରେ ବେଲଜିୟମର ଆତ୍ମବିଶ୍ୱାସ ଫେରିଛି । 

ଆଶା କରାଯାଉଛି ଯେ, ଏହି ମ୍ୟାଚରେ ଆକ୍ରମଣ ତୁଳନାରେ ରଣନୀତିକୁ ଅଧିକ ବିନିଯୋଗ କରାଯିବ । ପ୍ରଥମ ହାଫରେ ଯଦିଓ ଗୋଲ ହୋଇଯାଏ ତଥାପି ଉଭୟ ଦଳ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ । ୧୯୮୬ର ସେମିଫାଇନାଲ ଓ ୨୦୧୪ କ୍ୱାର୍ଟର ଫାଇନାଲରେ ବେଲଜିୟମ ପରାସ୍ତ ହୋଇଥିବା ବେଳେ ଚଳିତ ବିଶ୍ୱକପରେ ସାହସୀ ଦେଖାଯାଉଛି । 

 

  • Tags:

Subscribe

National International State Sports Entertainment