ଚା’କରି ସାରିବା ପରେ ଫୋପାଡନ୍ତୁ ନାହିଁ ଚା’ପତି, ଆସିପାରେ ଅନେକ କାମରେ
Khabar Odisha:tea-leaves-is-also-beneficial-dont-waste-it
ଭୁବନେଶ୍ୱର, ଡିସେମ୍ବର ୧୬, (ଖବର ଓଡିଶା)

ବର୍ତର୍ମାନ ଶୀତ ଦିନ, ପ୍ରାୟ ସମେସ୍ତ ଏହି ଦିନରେ ଟିକେ ଅଧିକ ଚା’ ପିଇଥାନ୍ତି । ଚା’ ଆମକୁ ଫ୍ରେସ ରଖିବା ସହିତ ଆମ ଥକାପଣ ଦୂର କରିଥାଏ । ଅନେକ ଲୋକ ଚା’ କରିବା ପରେ ଚା’ ପତିକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଏହି ଚା’ ପତିର ମଧ୍ୟ ଅନେକ ଉପଯୋଗିତା ଥାଏ ବୋଲି ଖୁବ୍ କମ୍ ଲୋକ ଜାଣିଥାନ୍ତି। 

ଚା’ ପତିରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ। କୈାଣସି କାରଣରୁ ଖଣ୍ଡିଆ ହୋଇଗଲେ କ୍ଷତ ସ୍ଥାନରେ ଚାହା ପତିର ଲେପ ଦେଲେ ଏହା ଲାଭଦାୟକ ହୋଇଥାଏ। 

ଚା’ ପତିର ପାଣି ଏକ ଲାଭଦାୟକ କଣ୍ଡିସନର ହୋଇଥାଏ। ଚାହା ପତିକୁ ଧୋଇ ଆଉଥରେ ଫୁଟାଇଦିଅନ୍ତୁ। ଏହି ପାଣିରେ ବାଳକୁ ଧୋଇଲେ ବାଳ ଚିକଚିକ୍ କରିଥାଏ।

କୁଣ୍ଡରେ ଲଗାଯାଇଥିବା ଗଛରେ ମଝିରେ ମଝିରେ ସାର ଦେବା ଉଚିତ୍। ସେଥିପାଇଁ ବଞ୍ଚିଥିବା ଚା’ ପତିକୁ କୁଣ୍ଡରେ ପକାଇ ଦିଅନ୍ତୁ। ଏହା ଉପଯୁକ୍ତ ସାର ଭାବେ କାମ କରିବ।

ଚା’ ପତିକୁ ବ୍ୟବହାର କରିସାରବା ପରେ ପୁନର୍ବାର ଫୁଟାଇ ଏହାର ପାଣିକୁ ସ୍ପ୍ରେ ବୋତଲରେ ରଖି କାଠର ଆସବାବପତ୍ର ସଫା କଲେ କାଠ ଜିନଷ ନୂୂଆ ଭଳି ଚମକି ଥାଏ । 

Subscribe

National International State Sports Entertainment