ଏକ ସଦ୍ୟ ଆବିଷ୍କାର ପ୍ରାଚୀନ ଦୁନିଆର ଆଧୁନିକ ସୌନ୍ଦର୍ଯ୍ୟଚର୍ଯ୍ୟାକୁ ସାମ୍ନାକୁ ଆଣିଛି । ଅନୁସନ୍ଧାକାରୀମାନେ ଲିପଷ୍ଟିକର ଟ୍ୟୁବ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ସର୍ବପ୍ରାଚୀନ ବୋଲି କହିଛନ୍ତି । ଇରାନର ଏୌତିହାସିକ ଜୋରେଫ୍ଟ କ୍ଷେତ୍ରରେ ଏହାକୁ ଠାବ କରାଯାଇଛି । ଏଇଟି 4 ହଜାର ବର୍ଷ ପୁରୁଣା ବୋଲି ବୌଜ୍ଞାନିକମାନେ ଅନୁମାନ କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ କାଂସ୍ୟ ଯୁଗର ଅତ୍ୟାଧୁନିକ ସୌନ୍ଦର୍ଯ୍ୟ ପରମ୍ପରାର ଝଲକ ପ୍ରଦାନ କରିଛି । ସାଇଣ୍ଟିଫିକ ରିପୋର୍ଟସ ନାମକ ପତ୍ରିକାରେ ଏହି ଆବିଷ୍କାର ପ୍ରକାସ ପାଇଛି। ଖ୍ରୀ.ପୂ 1936-1687 ସମୟର ଏହି ଗାଢ ଲାଲ ରଙ୍ଗର ଲିପଷ୍ଟିକ୍ ଅତ୍ୟନ୍ତ ନିଖୁଣ ଭାବେ ସୁସଜ୍ଜିତ ଏକ କ୍ଲୋରାଇଟ ଶିଶିରେ ଥିଲା । ମରହସି ସଭ୍ୟତାରୁ ଏହାରି ଉତ୍ପତ୍ତି ହୋଇଥିବା ବିଶ୍ବାସ କରାଯାଇଛି । ମରହସି ଏକ ଶକ୍ତିଶାଳୀ ସମୂହ ଯାହା ଦିନେ ବର୍ତ୍ତମାନ ପର୍ବ ଇରାନରେ ସମୃଦ୍ଧ ହୋଇଥିଲା । ଏହି ଆବିଷ୍କାର ପ୍ରାଚୀନ ଇରାନ ଉନ୍ନତ ପ୍ରସାଧନ ପରମ୍ପରାକୁ ଦର୍ଶାଇଛି । ହଲିଲ ନଦୀରେ ଆସିଥିବା ବନ୍ୟା ପରେ 2001 ମସିହାରେ ଏହି ଆବିଷ୍କାର ଲୋକଲୋଚନକୁ ଆସିଥିଲା । ଉକ୍ତ ବନ୍ୟା ଯୋଗୁ ଅନେକ ପ୍ରାଚୀନ ସମାଧୀସ୍ଥଳ ଏବଂ ସେଠାରେ ପୋତା ଯାଇଥିବା ସମ୍ପତ୍ତି ଆବିଷ୍କୃତ ହୋଇଥିଲା । ପରେ ସେଗୁଡିକୁ ଜିରୋଫ୍ଟର ପ୍ରତ୍ନତାତ୍ତ୍ବିକ ସଂଗ୍ରହାୟାଳୟରେ ରଖାଯାଇଥିଲା । ଆବିଷ୍କାର ମଧ୍ୟରେ ଥିବା ଲିପଷ୍ଟିକ ଉକ୍ତ କ୍ଷେତ୍ରର ସମୃଦ୍ଧି ପ୍ରସାଧନ ଇତିହାସର ଅନନ୍ୟ ଉଦାହରଣ । କେବଳ ଓଠକୁ ରଙ୍ଗାଇବାର ସାମଗ୍ରୀ ନୁହଁ, ସୋରମେରୁ ପ୍ରସ୍ତୁତି ଆଇଲାଇନର, ଗାଲ ଓ ଭୂଲତା ପାଇଁ ପାଉଡର ଆଦିର ଆବିଷ୍କାର ବିଭିନ୍ନ ଉପାୟରେ ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ପରମ୍ପରାର ଝଲକ ପ୍ରଦାନ କରିଛି। ଲିପଷ୍ଟିକର ବିଶ୍ଲେଷଣରୁ ଜଣାପଡିଛି , ଏହା ହେମାଟାଇଟ ,ମ୍ୟାଗନାଇଟ ,ବ୍ରାନାଇଟ , ଗାଲେଲିନ , ଆଙ୍ଗଲେସାଇଟ୍ ଓ ଉଭିଦଭିତିକ ମହମର ମସଷ୍ଟିରେ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ଲିପଷ୍ଟିକରେ ଥିବା ଉପାଦନ ସହ ଏହାର ସାମଞ୍ଜସ୍ୟ ରହିଛି । ଲିପଷ୍ଟିକରେ ଥିବା ମିଶ୍ରଣ ଯେଉଁ ଶିଶିରେ ଭର୍ତ୍ତି କରାଯାଉଥିଲା ସେ ସମୟରେ ଅନ୍ୟ ପ୍ରସାଧନ ସାମଗ୍ରୀ ଭର୍ତ୍ତି ହେଉଥିବା ପାତ୍ର ଠାରୁ ସମ୍ପୁର୍ଣ୍ଣ ଅଲଗା ।