ବିଶ୍ବର ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି 'ବିଟ୍କଏନ୍' ପୁଣି ଥରେ ଚର୍ଚ୍ଚାରେ। ୨୦୨୧ ପରେ ଚାହିଦା ହରାଇଥିବା ଏହି ଡିଜିଟାଲ୍ ମୁଦ୍ରା ପୁଣିଥରେ ଦ୍ରୁତ ଗତିରେ ଗ୍ରହଣୀୟ ହେବାରେ ଲାଗିଛି। ଏବେ ଏହା ଲୋକମାନଙ୍କୁ ଆକର୍ଷିତ କରିବା ଆରମ୍ଭ କରିଥିବା ବେଳେ ବିଶେଷ କରି ଆମେରିକାରେ ଏହାର ଚାହିଦା ବଢ଼ୁଥିବାର ଦେଖିବାକୁ ମିଳିଛି। ତେବେ ଏହି ବିଟ୍କଏନ୍ ମୂଲ୍ୟ ୭୨,୦୦୦ ଡଲାରରୁ ଅଧିକ ହୋଇଯାଇ ଥିବା ଏକ ରିପୋର୍ଟ ରେ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ନିକଟରେ ଆମେରିକା ପରେ ବ୍ରିଟେନ୍ରେ ବିଟ୍କଏନ୍କୁ ଡିଜିଟାଲ୍ ସମ୍ପତ୍ତି ଭାବେ କାରବାର କରିବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା। ଫଳରେ ବ୍ରିଟେନ୍ରେ ମଧ୍ୟ ବିଟ୍କଏନ୍ଭିତ୍ତିକ ଏକ୍ସଚେଞ୍ଜ ଆରମ୍ଭ ହୋଇଛି। ତେବେ ୨୦୨୪ରେ ବିଟ୍କଏନ୍ ଦାମ୍ରେ ୭୦ ପ୍ରତିଶତ ବୃଦ୍ଧି ହୋଇ ୟୁରୋପରେ ଏହାର ଦାମ୍ ୭୨,୨୩୪ ଡଲାର ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାରେ ବିଟ୍କଏନ୍, ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ରେ କାରବାର ହେଉଥିବା ବେଳେ ଖୁବ ଶୀଘ୍ର ସେଠାରେ ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ କମ୍ କରିବା ଉପରେ ବିଚାର କରୁଛି। ସେଥିପାଇଁ ବିଟ୍କଏନ୍ରେ ନିବେଶ ଆଗ୍ରହ ବୃଦ୍ଧି ପାଇଥିବା ସୂଚନା ମିଳିଛି। ପ୍ରତି ଚାରି ବର୍ଷରେ ଥରେ ଏହି ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ସମ୍ପ୍ରତ୍ତି ସାରା ବିଶ୍ବରେ ୨୧ ନିୟୁତ ସୀମିତ ବିଟ୍କଏନ୍ ରହିଥିବା ବେଳେ କେବଳ ଆମେରିକାରେ ବିଟ୍କଏନ୍ ଇଟିଏଫ୍ରେ ୨୦୦ କୋଟି ଡଲାର ନିବେଶ ହୋଇଛି।
ଅଧିକ ପଢନ୍ତୁ:ବାଲେଶ୍ୱରରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ