ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ବ୍ଲକ ବିଜେପି କମର୍ଦ୍ଦା ମଣ୍ଡଳ ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇ ଯାଇଛି ମିଶ୍ରଣ ପର୍ବ। ଏହି କାର୍ଯ୍ୟକ୍ରମର ସାଧାରଣ ସଭାରେ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ, ମଣ୍ଡଳ ସଭାପତି ଗୋପାଳ ପଣ୍ଡା, ସାଂସଦଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତି, ଭୋଗରାଇ ବିଜେପି ନେତା ଅଂଶୁମାନ ମହାନ୍ତି, ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ କହିବା ସହିତ ବିରୋଧୀ ଦଳର ଜନ ମାରଣା ନୀତିକୁ କଡା ସମାଲୋଚନା ମଧ୍ୟ କରିଥିଲେ। ଏହି ସଭା ମଣ୍ଡଳ ସଭାପତି ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ତେବେ ଏହି ଅବସରରେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ନେତା ଓ କର୍ମୀ ପୂର୍ବ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳରେ ସ୍ୱାଗତ କରିଥିଲେ। ଶେଷରେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଆଶିଷ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଅଧିକ ପଢନ୍ତୁ: ‘ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିବେ ମୋଦି