ଆଜି ହେଉଛି ପବିତ୍ର ଶିବରାତ୍ରୀ । ସାରା ଦେଶରେ ଲୋକମାନେ ଶିବରାତ୍ରୀକୁ ବହୁତ ଧୁମ୍ ଧାମରେ ପାଳୁଛିନ୍ତି । ତେବେ ଆପଣ ଜାଣିଛନ୍ତିକି ଶିବ ରାତ୍ରୀରେ ଦୀପକୁ ଖାଲି ଛାଡି ଆସିବା କଥା ନୁହଁ । ଯଦି ଆପଣ ଦୀପକୁ ଖାଲିରେ ଛାଡି ଆସୁଛନ୍ତି ତାହାଲେ ଆପଣଙ୍କ ସହିତ ଘଟି ପାରେ କିଛି ଅଘଟଣ । ଯଦି ମହାଦୀପ ଉଠିବା ପୂର୍ବରୁ ଆପଣ ଜଳୁଥିବା ଦୀପଟିକୁ ଛାଡି ଆସନ୍ତି ତେବେ ଆପଣଙ୍କ ସହିତ ଘଟିପାରେ ଅଘଟଣ । କଥାରେ ଅଛି କୋପେ ବର ତୋପେ ବର । ଶିବ ହେଉଛନ୍ତି ବହୁତ ଭୋଳା ସେଥିପାଇଁ ତ ତାଙ୍କ ନାମ ଭୋଳାନାଥ ।ତେବେ ଜଗରରେ ସାଧରଣତଃ ଲୋକମାନେ ସକାଳୁ ସକାଳୁ ଉଠି ଶିବଙ୍କ ଦର୍ଶନ କରିବାକୁ ଯାଅନ୍ତି । ଏବଂ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ମନପସନ୍ଦର ଜିନିଷ ଶିବଙ୍କୁ ଭେଗରେ ଲଗାଇଥାନ୍ତି ।
ଯଦି ଆପଣଙ୍କର ଆଗକୁ ବିବାହ ଅଛି ଆପଣ ଭି ଏହି ଭୁଲ କରନ୍ତୁ ନାହିଁ । ଆପଣ ଭି ଦୀପକୁ ଛାଡି ଆସନ୍ତୁ ନାହିଁ ବରଂ ଆପଣ ଦୀପରେ ଗୁଆଘିଅ ସହିତ କିଛି କେଶର ଏବଂ ହଳଦୀ ଦେଇ ଦୀପ ଜାଳିବେ ଏଥି ସହିତ ଦୀପ ତଳେ ଅଖଣ୍ତିତ ଅରୁଆ ଚାଉଳ ରଖିବେ ଏବଂ ଦୀପର ମୁଖ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ରଖିବେ ଦେଖିବେ ଆପଣଙ୍କର ମନଷ୍କାମନା ପୂରଣ ହେଇଯିବ ।