ଆମ ରାଜ୍ୟରେ ଅନେକ ଶକ୍ତି ପୀଠ ଅଛି ଯେଉଁଠି କି ଆଦିଶକ୍ତି ମା ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ପଶ୍ଚିମ ଓଡିଶାର ପ୍ରମୁଖ ଶକ୍ତି ପୀଠର ନା ଆସିଲେ ସେଥିରେ ଅନ୍ୟତମ ପ୍ରମୁଖ ଶକ୍ତି ପୀଠ ଭାବରେ ନା ଆସିଥାଏ ମା ଘଣ୍ଟେଶ୍ଵରୀ ପିଠର । ଆଦି ଶକ୍ତି ଦେବି ହେଉଛନ୍ତି ମା ଘଣ୍ଟେଶ୍ଵରୀ । ମା ଜଗତ ଓ ଭକ୍ତଙ୍କୁ ନିଜେ ଘଣ୍ଟ ଘୋଡାଇ ରଖିଥିବାରୁ ମା ଙ୍କ ପୀଠର ନାମ ଘଣ୍ଟେଶ୍ଵରୀ ହୋଇଛି । ସମ୍ବଲପୁର ଜିଲ୍ଲା ର ଚିପିଲିମା ନିକଟରେ ମହାନଦୀ କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶରେ ବିରାଜମାନ ହୋଇ ପୂଜା ପାଇଁ ଆସୁଛନ୍ତି ମା ଘଣ୍ଟେଶ୍ଵରୀ ।
ମା ଙ୍କ ମନ୍ଦିର କୁ ରାଜ୍ୟ ସମେତ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି । ବିଶ୍ଵାସ ଅଛି ଯେ ମା ଙ୍କ ମନ୍ଦିରରେ ଯେ ଯାହା ମନସ୍କାମନା କରିଛି ତାକୁ ମା ଘଣ୍ଟେଶ୍ଵରୀ ପୁରଣ କରିଥାନ୍ତି । ଆଉ ମନସ୍କାମନା ପୁରଣ ହେବା ପରେ ଭକ୍ତ ଶ୍ରଦ୍ଧା ସ଼ହକାରେ ଯାଇ ମା ଙ୍କ ପୀଠରେ ଏକ ଘଣ୍ଟି ବାନ୍ଧିଥାନ୍ତି । ମା ଙ୍କ ମନ୍ଦିର କୁ ପ୍ରବେଶ କରିବା ପରେ ଚାରି ଦିଗରେ କେବଳ ଦେଖାଦିଏ ଘଣ୍ଟି ହିଁ ଘଣ୍ଟି । ଏହା ସେହି ସବୁ ଅସଂଖ୍ୟ ଘଣ୍ଟି ଯାହା ଭକ୍ତ ମାନେ ମନସ୍କାମନା ପୁରଣ ପରେ ଏଠାରେ ବାନ୍ଧି ଦେଇ ଯାଇଥାନ୍ତି ।
ମା ଘଣ୍ଟେଶ୍ଵରୀ ପୀଠରେ ମା ଙ୍କ ଆବିର୍ଭାବ ନେଇ ଅନେକ କିମ୍ବଦନ୍ତୀ ଓ ଲୋକ କଥା ରହିଛି । ତେବେ ମନ୍ଦିର ପୂଜକ କହନ୍ତି ଯେ ବହୁ ବର୍ଷ ହେବ ଏହି ନଦୀରେ ଗ୍ରାମର ଏକ ଲୋକ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲା । ତେବେ ସେ ଦିନେ ନଦୀକୁ ମାଛ ଧରିବାକୁ ବହୁ ଥର ଜାଳ ପକାଇବା ପରେ ବି କୌଣସି ମାଛ ଜାଳରେ ନ ଫସି କେବଳ ଏକ ପଥର ବାରମ୍ବାର ଧରି ଦେଉଥିଲା । ଅନ୍ୟପଟେ ସେଦିନ ମା ସ୍ବପ୍ନ ଦେଇ ସେହି ପଥରରେ ରେ ମୋର ଅଂଶ ଅଛି ତାକୁ ସେଠି ସ୍ଥାପନ କରି ପୂଜାର୍ଚ୍ଚନା କରିବା ପାଇଁ କହିଥିଲେ । ଏନେଇ ମାଛ ଧରାଲି ଜଣକ ଗ୍ରାମର ଗୌନ୍ତିଆ ଙ୍କୁ ଜଣାଇବା ପରେ ନଦୀ କୂଳରେ ମା ଙ୍କ ଶକ୍ତି ଅଂଶ କୁ ଯେବେଠୁ ସେଠାରେ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଉଛି ।
ଆଉ ମା ନିଜେ ନିଜ ପୀଠରେ ଭକ୍ତ ତଥା ଜଗତକୁ ଘଣ୍ଟିର ଛତ୍ରଛାୟାରେ ଆଶୀର୍ବାଦ ଦେଇ ଆସୁଛନ୍ତି । ତେବେ ମା ଙ୍କ ପୀଠରେ ଚୈତ୍ର ପୂର୍ଣ୍ଣିମା ସମେତ ବିଭିନ୍ନ ତିଥିରେ ମା ଙ୍କ ସ୍ୱତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥାଏ । ଏବେ ଧିରେ ଧିରେ ମା ଘଣ୍ଟେଶ୍ଵରୀଙ୍କ ଅପାର କରୁଣା ଓ ମହାମାରୀ ସୁଦୂର ପ୍ରଚାର ପ୍ରସାର ହେବା ପରେ ରାଜ୍ୟ ର ଏକ ପ୍ରମୁଖ ଶକ୍ତି ପୀଠ ସହ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳିରେ ମା ଙ୍କ ପୀଠ ପରିଗଣିତ ହେଲାଣି ।
ଅଧିକ ପଢନ୍ତୁ :ପାକିସ୍ତାନର କେଉଁ ଜାଗରେ ରାମମନ୍ଦିର ଅଛି