କିଛିଦିନ ତଳେ ଅଯୋଧ୍ୟା ଠାରେ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଆମ ଦେଶ ରେ ଅନେକ ସ୍ଥାନ ରାମଙ୍କ ନାମରେ ଅଛି । ତେବେ ଆସନ୍ତୁ ଜାଣିବା ଆମ ପଡୋଶୀ ଦେଶ ପାକିସ୍ତାନ ଓ ବାଂଙ୍ଗଲାଦେଶରେ ପ୍ରଭୁ ରାମଙ୍କ ନାମରେ କେତେ ସହର , ରାସ୍ତା ଓ ଗ୍ରାମ ଅଛି । ପାକିସ୍ତାନର ସେହି ସ୍ଥାନର ନାମ ବଦଳା ଯାଇଛି ଯେଉଁଠାରେ ପ୍ରସିଦ୍ଧ ରାମନଗର ଯୁଦ୍ଧ ହୋଇଥିଲା କରାଚିର ଏକ ପ୍ରସିଦ୍ଧ ରାସ୍ତାର ନାମ ‘ରାମଚନ୍ଦ୍ର ଟେମ୍ପଲ ରୋଡ’ ପ୍ରଭୁ ରାମଙ୍କ ନାମରେ ନାମିତ ହେଇଛି । ବାଂଲାଦେଶର ଅନେକ ସ୍ଥାନ ରାମଙ୍କ ନାମରେ ନାମିତ ହୋଇଛି ଏବଂ ଅନେକ ସ୍ଥାନ ହିନ୍ଦୁ ଦେବତା ଏବଂ ଦେବୀଙ୍କ ନାମରେ ନାମିତ ହୋଇଛି । ସ୍ବଧୀନତା ପୂର୍ବରୁ ଭାରତରେ ଅନେକ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ରହିଥିଲା । କିନ୍ତୁ ସ୍ବାଧୀନତା ପରେ ଏହାର ନାମ ପରିବର୍ତ୍ତନ କରାଯାଇଛି । ତେବେ ଦର୍ଶକ ବନ୍ଧୁ ଆପଣ ଶୁଣିଲେ ଚକିତ ହେବେ ଆଫଗାନିସ୍ଥାନ ଏବଂ ପାକିସ୍ତାନରେ ଏବେ ମଧ୍ୟ ଅନେକ ହିନ୍ଦୁ ମନ୍ଦିର ଅଛି । କିନ୍ତୁ ଯଦିଓ ପାକୁସ୍ତାନରେ ଅନେକ ହିନ୍ଦୁ ମନ୍ଦିରର ନାମକୁ ପରିବର୍ତ୍ତନ କରାଯାଇଛି।
ଆସନ୍ତୁ ଜାଣିବା ପାକିସ୍ତାନର କେଉଁ କେଉଁ ଜାଗାରେ ରାମଙ୍କ ନାମରେ ନାମିତ ଅଛି । ପାକିସ୍ତାନର ଚେନାବ ନଦୀକୂଳରେ ରସୁଲ ନଗର ନାମରେ ଗୋଟିଏ ଛୋଟିଆ ସହର ରହିଛି । ଏହା ପଞ୍ଜାବର ୱାଜିରାବାଦ ଜିଲ୍ଲାରେ ରହିଛି । ବିଭାଜନ ଏବଂ ସ୍ୱାଧୀନତା ପରେ ମଧ୍ୟ ଏହି ସହରର ନାମ ଦୀର୍ଘ ଦିନ ଧରି ‘ରାମନଗର’ ଥିଲା । ଏହା କୃଷକମାନଙ୍କର ଏକ ଛୋଟ ସୁନ୍ଦର ସହର ଥିଲା । ଯେତେବେଳେ ବିଭାଜନ ଆରମ୍ଭ ହେଲା, ଏଠାରୁ ଅଧିକାଂଶ ଶିଖ୍ ଏବଂ ହିନ୍ଦୁ ଭାରତକୁ ପଳାୟନ କଲେ । ୫୦ ଦଶକରେ ଏହି ସ୍ଥାନର ନାମ ପରିବର୍ତ୍ତନ କରାଯାଇଥିଲା ।
କିନ୍ତୁ ବର୍ତ୍ତମାନ ଏହାର ନାମ ହେଉଛି ‘ରସୁଲ ନଗର’ । ଏହି ସ୍ଥାନଟି ର ମଧ୍ୟ ସ୍ବତନ୍ତ୍ର କାରଣ ରହିଛି ଏଠାରେ ୧୮ ନଭେମ୍ବର ୧୮୪୮ ରେ ବ୍ରିଟିଶ ଏବଂ ଶିଖମାନଙ୍କ ମଧ୍ୟରେ ଏକ ବଡ଼ ଯୁଦ୍ଧ ହୋଇଥିଲା ଯାହାକୁ ରାମନଗର ଯୁଦ୍ଧ କୁହାଯାଏ । ଏକଦା ଏହା ପଞ୍ଜାବର ପୂର୍ବତନ ଶାସକ ରଞ୍ଜିତ ସିଂଙ୍କ ଶାସନ କାଳରେ ଖାସ୍ ବଜାରର କେନ୍ଦ୍ର ଥିଲା । ସେ ପଞ୍ଜାବର ସିଂହ ଭାବରେ ମଧ୍ୟ ଜଣାଶୁଣା ଥିଲେ । ସେ ପଞ୍ଜାବର ଶାସକ ଥିବା ସମୟରେ ଚେନାବ ନଦୀ କୂଳରେ ବେଳେବେଳେ ସମୟ ଅତିବାହିତ କରିଥିଲେ । ଆଜିର ରସୁଲ ନଗର ସେହି ସମୟରେ ଅନେକ ଜିନିଷର ମୁଖ୍ୟ ବଜାର ଥିଲା । ପାକିସ୍ତାନରେ ଗୋଟିଏ ରାମଚନ୍ଦ୍ର ଟେମ୍ପଲ ରୋଡ ରହିଛି ଯାହା ଏବେ ମଧ୍ୟ ଲୁଚିକି ରହିଛି । ଏବଂ ଯାହାର ରାସ୍ତା କରାଚିର ରାମ ମନ୍ଦିର ଆଡକୁ ଯାଏ । ତେବେ ଲାହୋରରେ ଗୋଟିଏ ଜାଗାର ନାମ କୃଷ୍ଣ ନଗର ଥିଲା ଯାହାର ନାମ ପରିବର୍ତ୍ତିତ ହୋଇ ଇସଲାମପୁର ରଖାଯାଇଛି । ସେହିଭଳି ବାଲୁଚିସ୍ତାନରେ “ହିନ୍ଦୁ ବାଗ” ନାମକୁ ବର୍ତ୍ତମାନ “ମୁସଲିମ ବାଗ” ରଖାଯାଇଛି ।